www.samajalive.in
Wednesday, December 10, 2025
16.1 C
Bhubaneswar

ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭୁବନେଶ୍ୱର ଗସ୍ତ

ଭୁବନେଶ୍ୱର: ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମା ଶଙ୍କର ପ୍ରସାଦ ଚଳିତ ମାସ ୧୨ରୁ ୧୪ ତାରିଖ  ପର୍ଯ୍ୟନ୍ତ ଭୁବନେଶ୍ୱର ଗସ୍ତରେ ଆସିଥିଲେ । ତାଙ୍କ ଗସ୍ତ ସମୟରେ ସେ ବଛା ବଛା ଶାଖାଗୁଡିକର କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରିଥିଲେ । ଅଗଷ୍ଟ  ୧୨ତାରିଖରେ ଶ୍ରୀ ପ୍ରସାଦ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏବଂ କୋଭିଡ୍‌-୧୯ ମହାମାରୀର ପ୍ରଭାବ ସତ୍ତେ୍ୱ ମାର୍ଚ୍ଚ ମାସ ୨୦୨୨ ଶେଷ ସୁଦ୍ଧା ରାଜ୍ୟରେ ପରିଚାଳିତ ବ୍ୟାଙ୍କଗୁଡିକର ଋଣ ଜମା ଅନୁପାତ ଶତକଡା ୬୨ ରୁ ୭୨ପ୍ରତିଶତକୁ ବୃଦ୍ଧି ପାଇଥିବା ବିଷୟରେ ସେ ଅବଗତ କରାଇଥିଲେ ।

ଗ୍ରାମୀଣ ଅଣବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଶାଖା ଖୋଲିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଅଗଷ୍ଟ ୧୩ତାରିଖରେ ପୁରୀ ଓ ସାଲେପୁରଠାରେ  ଖୋଲିବାକୁ ଥିବା ବ୍ୟାଙ୍କର ୨ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ର ବ୍ୟବସ୍ଥାକୁ ସେ ପରିଦର୍ଶନ କରିଥିଲେ । ଅଗଷ୍ଟ ୧୪ତାରିଖରେ ସେ କଟକ ଜିଲ୍ଲା ନିଆଳି ବ୍ଲକ  ଅନ୍ତର୍ଗତ ଏକ ଅଣବ୍ୟାଙ୍କିଙ୍ଗ୍‌ ଗ୍ରାମୀଣ କେନ୍ଦ୍ର ରାଣୀଓଳା ଠାରେ ଏକ ନୂତନ ଶାଖାକୁ ନିଆଳି ବିଧାୟକ ପ୍ରଫେସର ଡଃ ପ୍ରମୋଦ କୁମାର ମଲ୍ଲିକଙ୍କ ସହ ମିଳିତ  ଭାବେ ଉଦ୍‌ଘାଟନ କରିଥିଲେ ।

- Advertisement -

ଏହି ଅବସରରେ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ତଥା ମହାପ୍ରବନ୍ଧକ ଗୌତମ ପାତ୍ର, ନିଆଳି ବ୍ଲକ୍‌ ଚେୟାରମ୍ୟାନ୍‌ ଉମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ  ସଦସ୍ୟା ସୌଦାମିନୀ ମହାପାତ୍ର, ନିଆଳି ବିଡିଓ ଅଶୋକ କୁମାର ଲେଙ୍କା, ରାଣୀଓଳା ଗ୍ରାମ ପଞ୍ଚାୟତର ସରପଞ୍ଚ ତ୍ରିନାଥ ମହାନ୍ତିଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories