www.samajalive.in
Saturday, December 13, 2025
26.1 C
Bhubaneswar

ବଢିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ; ଏସ୍‌ପିଜିରେ ମୁଧଲ ହାଉଣ୍ଡ ସାମିଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ଅଧିକ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍ (ଏସ୍‌ପିଜି) ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉଥିବାବେଳେ ଏହାକୁ ଆଉ ଏକ ସ୍ତର ବୃଦ୍ଧି କରାଯାଇଛି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଉଥିବା ଏସପିଜି ସୁରକ୍ଷା ବ୍ୟବସ୍ଥାରେ କର୍ଣ୍ଣାଟକର ମୁଧଲ ହାଉଣ୍ଡ ପ୍ରଜାତିର କୁକୁରଙ୍କୁ ସାମିଲ କରାଯାଇଛି। ମୁଧଲ ହାଉଣ୍ଡ ଏକ ସ୍ବଦେଶୀ ପ୍ରଜାତିର କୁକୁର। ଏହାର ଗତି ଅତ୍ୟନ୍ତ କ୍ଷିପ୍ର ଓ ଦୃଷ୍ଟିଶକ୍ତି ପ୍ରଖର। ଏମାନଙ୍କ ଘ୍ରାଣ ଶକ୍ତି ସ୍ବତନ୍ତ୍ର। କେନେଲ କ୍ଲବ ଅଫ ଇଣ୍ଡିଆ (କେଆଇସି) ଏହି ପ୍ରଜାତିର କୁକୁରକୁ କାରାଭାନ ହାଉଣ୍ଡ ବୋଲି ନାମିତ କରିଥିବାବେଳେ ଇଣ୍ଡିଆନ ନ୍ୟାସନାଲ କେନେଲ କ୍ଲବ୍‌ (ଆଇଏନକେସି) ଏହାକୁ ମୁଧଲ ହାଉଣ୍ଡ ଭାବେ ନାମିତ କରିଛି। ୨୦୦୫ରେ ଏହି ପ୍ରଜାତିର କୁକୁରକୁ ଭାରତର ଡାକ ଟିକଟରେ ସ୍ଥାନୀତ କରାଯାଇଥିଲା। ଆନ୍ତର୍ଜାତିକ ସ୍ତରରେ ଏହି ପ୍ରଜାତିର କୁକୁରଙ୍କ ବେଶ୍ ପରିଚୟ ରହିଛି। ପୂର୍ବରୁ ରାଜା, ମହାରାଜାମାନେ ନିଜର ସୁରକ୍ଷା ବ୍ୟବସ୍ଥାରେ ଏହି କୁକୁରଙ୍କୁ ସାମିଲ କରିଆସୁଥିଲେ। ଏହି କୁକୁରର ଉଚ୍ଚତା ସର୍ବାଧିକ ୭୨ ସେଣ୍ଟିମିଟର ଓ ଓଜନ ୨୨ କିଲୋ। କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଏହି ପ୍ରଜାତିର କୁକୁର ଦେଖିବାକୁ ମିଳିଥାନ୍ତି।
ରିପୋର୍ଟ ଅନୁଯାୟୀ ଗତ ଏପ୍ରିଲ ୨୫ରେ ଏସପିଜିର ଦୁଇଜଣ ଡାକ୍ତର ଓ ଯବାନ କର୍ଣ୍ଣାଟକ ତିମାମପୁରସ୍ଥିତ କାନିନ ରିସର୍ଚ୍ଚ ଆଣ୍ଡ ଇନଫରମେସନ ସେଣ୍ଟର ଗସ୍ତ କରି ଦୁଇଟି ଅଣ୍ଡିରା ମୁଧଲ ହାଉଣ୍ଡକୁ ଏସପିଜି ନିମନ୍ତେ ମନୋନୀତ କରିଛନ୍ତି। ଦୁଇମାସର ଏହି ଦୁଇଟି ଛୁଆଙ୍କୁ ଏବେ ପ୍ରଶିକ୍ଷଣ ଦିଆଯାଉଛି। ୪ମାସର ପ୍ରଶିକ୍ଷଣ ପରେ ସେମାନଙ୍କୁ ବିଭିନ୍ନ ପ୍ରକାର କୋଚିଂ ଦିଆଯିବ। ପରେ ଏମାନଙ୍କୁ ଏସପିଜିରେ ବିଧିବଦ୍ଧ ସାମିଲ କରାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories