www.samajalive.in
Saturday, December 13, 2025
23.1 C
Bhubaneswar

ଅତାବିରା ଆରୋଗ୍ୟମ୍ ଚିକିତ୍ସାଳୟରେ ମାଗଣା ଚକ୍ଷୁ ପରୀକ୍ଷା

ରେଙ୍ଗାଲିକ୍ୟାମ୍ପ: ଅତାବିରା ସ୍ଥିତ ଆରୋଗ୍ୟମ୍ ଚିକିତ୍ସାଳୟରେ ପ୍ରତ୍ୟହ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାନଦୀ ନେତ୍ର ଚିକିତ୍ସାଳୟର ନିର୍ଦ୍ଦେଶକ୍ରମେ ବିଭିନ୍ନ ପ୍ରକାର ଚକ୍ଷୁ ରୋଗର ଚିକିତ୍ସା କରାଯାଉଛି । ଏଥିରେ ଯେଉଁ ଚକ୍ଷୁ ରୋଗୀମାନଙ୍କ ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼େ ନାହିଁ ତାଙ୍କୁ ଚଷମା ଦିଆଯାଇ ଆଖିକୁ ଠିକ୍ କରାଯାଉଛି । ସାଧାରଣ ଚକ୍ଷୁ ରୋଗଗୁଡ଼ିକ ଔଷଧ ଦ୍ଵାରା ଠିକ୍ କରାଯାଉଛି । କିନ୍ତୁ ଯେଉଁ ଚକ୍ଷୁ ରୋଗୀଙ୍କ ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ପଡୁଛି, ସେମାନଙ୍କୁ ମାଗଣାରେ ବୀରମହାରାଜପୁର ପଣ୍ଡାପାଲି ସ୍ଥିତ ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ରୋଗୀମାନଙ୍କୁ ଗାଡ଼ିରେ ନେବା ଆଣିବା, ସେଠି ରହିବା, ଖାଇବା ତଥା ଔଷଧ ଆଦି ସମସ୍ତ ପ୍ରକାର ସୁବିଧା ନିଶୁଳ୍କରେ ଯୋଗାଇ ଦିଆଯାଉଛି । ସେଠାରେ ପୁଣିଥରେ ପରୀକ୍ଷା ପରେ ଅସ୍ତ୍ରୋପଚାର କରାଯାଏ । ଅସ୍ତ୍ରୋପଚାରର ଗୋଟିଏ ଦିନ ପରେ ପୁଣି ଆରୋଗ୍ୟମକୁ ସେମାନଙ୍କୁ ପହଞ୍ଚାଇ ଦିଆଯାଏ । ରୋଗୀମାନଙ୍କୁ ପୁଣି ଏହି ଆରୋଗ୍ୟମରେ ଅସ୍ତ୍ରୋପଚାର ପରେ ସବୁକିଛି ଠିକ ରହିଛି ନା ନାହିଁ ପରୀକ୍ଷା କଲାପରେ ତାଙ୍କ ଘରକୁ ପଠାଯାଏ । ନିର୍ଦ୍ଧାରିତ ସମୟରେ ପୁଣି ସେମାନଙ୍କର ପରୀକ୍ଷା ଏହିଠାରେ ହୁଏ । କେବଳ ସେତିକି ନୁହେଁ ସଫଳ ଅସ୍ତ୍ରୋପଚାର ଯୋଗୁଁ ଅତାବିରାର ୨୦୦ ଜଣରୁ ଊର୍ଦ୍ଧ୍ବ ଚକ୍ଷୁ ରୋଗୀ ଉପକୃତ ହୋଇଥିବା ଡଃ ଅଜିତ ବାରିକ୍ ପ୍ରକାଶ କରିଛନ୍ତି । ପ୍ରତିଦିନ ଜଣେ ସହକାରୀ ଚକ୍ଷୁ ଚିକିତ୍ସକ ଶୁଭମ୍ ମହାପାତ୍ର ଆସି ଏଠାରେ ରୋଗୀଙ୍କ ନାମ ପଞ୍ଜିକୃତ କରି ପରୀକ୍ଷା ନିରୀକ୍ଷା କରି ସେମାନଙ୍କର କି ଅସୁବିଧା ରହିଛି ତାକୁ ରେକର୍ଡ କରିଥାନ୍ତି । ପ୍ରତି ଶୁକ୍ରବାର ଦିନ ଜଣେ ଚକ୍ଷୁ ବିଶେଷଜ୍ଞ ଡଃ ଦେବାଶିଷ ମେହେର ଆସି ଲେନ୍ସ ମାଧ୍ୟମରେ ପୁଣି ଏହି ରୋଗୀମାନଙ୍କୁ ପରୀକ୍ଷା କଲାପରେ ଅସ୍ତ୍ରୋପଚାର ଯଦି ଆବଶ୍ୟକ ପଡେ ତେବେ ତାଙ୍କୁ ବୀରମହାରାଜପୁରକୁ ପଠାଯାଏ । ଏଠାରେ ଥିବା ସେବିକା ସୁଜାତା ପ୍ରଧାନ ଚକ୍ଷୁ ରୋଗୀଙ୍କ ଦେଖାଶୁଣା କରିଥାନ୍ତି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories