www.samajalive.in
Saturday, December 6, 2025
26.1 C
Bhubaneswar

ଓଏସଏପି ଅଷ୍ଟମ ବାଟାଲିୟନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ : ଗଞ୍ଜାମ ସହର ସଂନିକଟ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅଷ୍ଟମ ବାଟାଲିୟନ ଓ ଭୁବନେଶ୍ୱର ସାହା ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବାଟାଲିୟନର ମୁଖ୍ୟରାସ୍ତାର ଉଭୟ ପାର୍ଶ୍ୱରେ ୫୦୦ ବଉଳ ବୃକ୍ଷ ରୋପଣ କରାଯାଇଥିଲା। ମୁଖ୍ୟ ଅତିଥିଭାବେ କମାଣ୍ଡେଣ୍ଟ ସୂର୍ଯ୍ୟନାରାୟଣ ମଲିକ ଯୋଗଦେଇ ଉକ୍ତ ସବୁଜ ସୁନ୍ଦର କାର୍ଯ୍ୟକ୍ରମର ଶୁଭ।ରମ୍ଭ କରିଥିଲେ। ଆମର ପରିବେଶ ସୁରକ୍ଷା ଓ ସହ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ଅତିଥି ମାନେ କହିଥିଲେ। ଶାହା ଚାରିଟେବୁଲ ଟ୍ରଷ୍ଟ ମୁଖ୍ୟ ଜୀବନ ବାବା ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।  ରେଞ୍ଜର ରଞ୍ଜିତ କୁମାର ମିଶ୍ର, ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ କୁମାର ସିଂ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଏଲ ଏନ ବେହେରା, ଏ କେ ପ୍ରଧାନ, ସୁବେଦାର ଏମ କେ ଦାଶ, କେ ସିଚ ବେହେରା, ପି କେ ସେଠି, ଡେପୁଟି ସୁବେଦାର ଏସ କେ ସାହୁ, ପି କେ ତ୍ରିପାଠୀ, ହାବିଳଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ, ସମ୍ପାଦକ ମରୁତ ପରିଡା ପ୍ରମୁଖଙ୍କ ସହ ସଂଘର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଖୋର୍ଦ୍ଧା ଆଡିସନାଲ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଓ ସ୍ୱତି ଶିବାସ୍ତାବ ଉକ୍ତ ସାମାଜିକ କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିଲେ । ରାସ୍ତାର ଦୁଇ ପାର୍ଶ୍ୱ ରେ ଏହି ଗଛ ଲଗାଯାଇଥିଲା ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories