www.samajalive.in
Sunday, December 7, 2025
18.1 C
Bhubaneswar

ଡାର୍କ ୱେବରୁ ଡାଟା ନେଇ କାର୍ଡ଼ କ୍ଲୋନିଂ: ୬ ଗିରଫ

ମୁମ୍ବଇ: ସିଟି କ୍ରାଇମ ବ୍ରାଞ୍ଚ ପକ୍ଷରୁ ଶୁକ୍ରବାର କାର୍ଡ଼ କ୍ଲୋନିଂ କରୁଥିବା ଏକ ର୍ୟାକେଟର ପର୍ଦାଫାସ ହୋଇଛି। ପୁଲିସ ଜଣେ ନାଇଜେରିୟ ବ୍ୟକ୍ତିଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି।
ନାଇଜେରିୟ ନାଗରିକ କୋଲାଭୋଲେ ହାକିମ ଓରଫ ଆୟୋ ଆଦିଗନ(୪୦) ନାମକ ବ୍ୟକ୍ତି ଇଣ୍ଟରନେଟର ଡାର୍କ ୱେବରୁ ମିଳିଥିବା ତଥ୍ୟକୁ ଅନ୍ୟ ୫ଜଣଙ୍କୁ ବିକ୍ରି କରି ଦେଇଥିଲେ। ଡାର୍କ ୱେବର ତଥ୍ୟ ମୁଖ୍ୟତଃ ଡେବିଟ ଓ କ୍ରେଡିଟ କାର୍ଡ଼ ସମ୍ବନ୍ଧୀୟ ଥିଲା। ଗିରଫ ୫ଜଣ ଅଭିଯୁକ୍ତଙ୍କ ନିକଟରୁ ନାଇଜେରିୟ ବ୍ୟକ୍ତିଜଣକ ତଥ୍ୟ ବିନିମୟରେ ମୋଟା ଅଙ୍କର ଅର୍ଥ ଆଦାୟ ମଧ୍ୟ କରିଥିଲେ। ତେବେ ଧରା ପଡିବା ଆଶଙ୍କାରେ ତଥ୍ୟ ବିନିମୟରେ ଅର୍ଥ ନଗଦରେ ନନେଇ ବିଟ୍‍କଏନ(ଡିଜିଟାଲ ମୁଦ୍ରା) ମାଧ୍ୟମରେ ଅର୍ଥ ଆଦାୟ କରିଥିଲେ। ନାଇଜେରିୟ ବ୍ୟକ୍ତିଙ୍କଠାରୁ ମିଳିଥିବା ତଥ୍ୟକୁ ଭିତ୍ତି କରି ଗିରଫ ୫ଜଣ କାର୍ଡ଼ କ୍ଲୋନିଂ ପ୍ରକ୍ରିୟାରେ ନକଲି କାର୍ଡ଼ ନିର୍ମାଣ କରୁଥିବାବେଳେ ପୁଲିସ ହାତରେ ଗିରଫ ହୋଇଛନ୍ତି। ପୁଲିସ ସେମାନଙ୍କ ନିକଟରୁ ୪ଟି ଲ୍ୟାପଟପ୍‍, ୧୦ଟି ମୋବାଇଲ ଓ ୯୭ଖଣ୍ଡ ଡେବିଟ କାର୍ଡ଼ ଉଦ୍ଧାର କରିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories