www.samajalive.in
Monday, December 15, 2025
27.1 C
Bhubaneswar

ବାଦ୍‌ ପଡ଼ିଲେ ସୌମ୍ୟରଞ୍ଜନ ପ୍ରତାପଙ୍କୁ ୭, ପ୍ରମିଳାଙ୍କୁ ୫ ଜିଲା ଦାୟିତ୍ବ

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲାୱାରୀ ସଂଗଠନକୁ ଆହୁରି ମଜଭୁତ କରିବାକୁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଦେଇଛି। ପ୍ରାଥମିକ ପଦକ୍ଷେପ ସ୍ବରୂପ ଦଳ ୬ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ୩୦ଟି ଜିଲାର ଦାୟିତ୍ବ ପ୍ରଦାନ କରିଛି। ପୂର୍ବ ନିର୍ଦେଶକୁ ବାତିଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନୂଆ ନିଯୁକ୍ତି ଦେଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ପୁରୁଣା ତାଲିକାରୁ ୨ ଜଣଙ୍କୁ ବାଦ୍ ଦିଆଯାଇଥିବା ବେ‌େଳ ନୂଆ କରି ୨ ଜଣଙ୍କୁ ଦାୟିତ୍ବ ମିଳିଛି। ‌
ନବନିଯୁକ୍ତ ଦଳର ୬ ବରିଷ୍ଠ ପର୍ଯ୍ୟବେକ୍ଷକମାନେ ହେଲେ ନିରଞ୍ଜନ ପୂଜାରୀ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ମହେଶ୍ବର ମହାନ୍ତି ଏବଂ ପ୍ରତାପ ଜେନା। ଶ୍ରୀ ପୂଜାରୀଙ୍କୁ ପୂର୍ବପରି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼ ଦାୟିତ୍ବ ମିଳିଛି। ଶ୍ରୀ ଆଚାର୍ଯ୍ୟଙ୍କୁ ପୂର୍ବରୁ ମିଳିଥିବା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲା ଦାୟିତ୍ବ କାଏମ ରହିଛି। ପ୍ରମିଳା ମଲ୍ଲିକଙ୍କୁ ନୂଆ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲା ଦାୟିତ୍ବ ଦିଆଯାଇଛି। ଏହି ଜିଲାଗୁଡ଼ିକରେ ପୂର୍ବରୁ ବିକ୍ରମ କେଶରୀ ଆରୁଖ ଦାୟିତ୍ବରେ ଥିଲେ। ଶ୍ରୀ ଆରୁଖ ଓଡ଼ିଶା ବିଧାନସଭାର ବାଚସ୍ପତି ଥିବାରୁ ଏହି ଦାୟିତ୍ବ ପ୍ରମିଳାଙ୍କୁ ମିଳିଥିବା କୁହାଯାଉଛି। ସେହିପରି ଦେବୀପ୍ରସାଦ ମିଶ୍ରଙ୍କୁ ପୂର୍ବପରି ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଏବଂ ବୌଦ୍ଧ ଜିଲା ଦାୟିତ୍ବ ଦିଆଯାଇଛି। ମହେଶ୍ବର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ପର୍ଯ୍ୟବେକ୍ଷକ ଭାବେ ପୁଣି ନିଯୁକ୍ତି ମିଳିଛି। ପ୍ରତାପ ଜେନାଙ୍କୁ ନୂଆ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ଼, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ଏହି ଜିଲାଗୁଡ଼ିକ ଦାୟିତ୍ବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରହିଥିଲେ। ଗୁରୁବାର ସୌମ୍ୟରଞ୍ଜନଙ୍କ ଜନ୍ମଦିନ ହୋଇଥିବାବେଳେ ଦଳ ପକ୍ଷରୁ ପ୍ରକାଶ ପାଇଥିବା ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରୁ ତାଙ୍କ ନାଁ କଟିବା ଏକପ୍ରକାର ପକ୍ଷଛେଦନ ବୋଲି ରାଜନୈତିକ ମହଲରେ ପ୍ରକାଶ ପାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories