www.samajalive.in
Sunday, December 14, 2025
26.1 C
Bhubaneswar

ଧରାପଡିଲା ଗଞ୍ଜେଇ ସହ ବାଇକ୍‌, ଖସିଗଲେ ଅଭିଯୁକ୍ତ 

ବୌଦ୍ଧ: ଚୋରା ଗଞ୍ଜେଇ ଚାଲାଣବେଳେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଗଞ୍ଜେଇ ଓ ବାଇକ ଛାଡି ଫେରାର ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବୌଦ୍ଧ ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ମଙ୍ଗଳବାର ଦିନ ଏକ ବାଇକରେ ବଘିଆପଡା ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ଖବରପାଇ  ପୁଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ କରାଯାଇଥିଲା । କିନ୍ତୁ ଅଭିଯୁକ୍ତମାନେ ପୁଲିସକୁ ଦେଖି ଫୁରୁଡା ଛକରେ ବାଇକ ଓ ଗଞ୍ଜେଇ ଛାଡି ଫେରାର ହୋଇଯାଇଥିଲେ । ପୁଲିସ ବାଇକରୁ ୨୫ କେଜି ଗଞ୍ଜେଇ ଜବତ କରିବା ସହ ଏକ ୟାମା ବାଇକ (ଓଆର – ୧୯ ଏଲ -୨୧୭୭)କୁ ମଧ୍ୟ ଜବତ କରିଥିଲା । ଏନେଇ ବୌଦ୍ଧ ଥାନା ପକ୍ଷରୁ ଥାନା କେସନଂ ୨୧୧/୨୨ରେ ଏକ ମାମଲା ରୁଜୁ କରିଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ପଚାରିବାରୁ ଗାଡିରେ ଦୁଇଜଣ ଅଭିଯୁକ୍ତ ଥିଲେ ପୁଲିସକୁ ଦେଖି ଗାଡି ଛାଡି ପଲାଇଥିଲେ ବୋଲି ସୂଚନା ଦେବାସହିତ ଖୁବ ଶିଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories