www.samajalive.in
Sunday, December 14, 2025
14.1 C
Bhubaneswar

ଅବସର ପ୍ରାପ୍ତ କୋଶଳ ସୈନିକ ସଂଘ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’

ରେଙ୍ଗାଲିକ୍ୟାମ୍ପ : ୭୬ ତମ ସ୍ଵାଧୀନତା ଦିବସ ଅବସରରେ ଅତାବିରା ବ୍ଲକର ଅବସର ପ୍ରାପ୍ତ କୋଶଳ ସୈନିକ ସଂଘ ପକ୍ଷରୁ ଏନଏସିସ୍ଥିତ ସରସ୍ଵତୀ କଲ୍ୟାଣ ମଣ୍ଡପ ଠାରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିତ ହୋଇ ଯାଇଛି । ସଂଘର ସଭାପତି ଅରୁଣ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତାବିରା ଥାନାଧିକାରୀ ଅନିଲ କୁମାର ପ୍ରଧାନ, କୁଳୀତା ସମାଜର ସଭାପତି ଦିବାକର ପ୍ରଧାନ, ବିଜେଡି ସଭାନେତ୍ରୀ ସୁଜାତା ପଣ୍ଡା, ଡଃ ପ୍ରଦୀପ ମଜୁମଦାର, ସୁରେନ୍ ସ୍ୱାଇଁ ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଚକୁଳି ଠାରେ ଥିବା ସଂଘର କାର୍ଯ୍ୟାଳୟରେ ସ୍ଵାଧିନତା ଦିବସ ଉପଲକ୍ଷେ ପତାକା ଉତ୍ତୋଳନ ପୂର୍ବକ ସମବେତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟ ସକାଳ ୯ ଟାରୁ ଆରମ୍ଭ ହୋଇଥିଲା ।

‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ନିଜ ଜୀବନକୁ ବଳିଦାନ ଦେଇ ଆମକୁ ସ୍ଵାଧୀନତା ଦେଇଥିବା ସେଇ ମହାନ୍ ସହିଦ, ମହାପୁରୁଷ ମାନଙ୍କୁ ପୁଣି ଥରେ ମାନେ ପକେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଲା। ଏହା ପରେ ହାସ୍ୟ ତଥା ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ ଓ ମନୋରଞ୍ଜନ ଲୁହାଙ୍କ ଦ୍ଵାରା ସୈନିକ ମାନଙ୍କର ତ୍ୟାଗ ଓ ମହାନତାକୁ ନେଇ କବିତା ମାଧ୍ୟମରେ ଉପସ୍ଥାପନ କରି ସମସ୍ତଙ୍କ ଆଖିରେ ଲୁହ ଭରିଦେଇଥିଲେ। ସମସ୍ତେ ଯେପରି ଭାବୁକ ହୋଇ ଯାଇଥିଲେ । କବିତା ମାଧ୍ୟମରେରେ ପୁଣି ସ୍ୱାଧୀନତାର ଇତିହାସକୁ ଜୀବନ୍ତ କରିଦେଥିଲେ। ଦେଶ ର ଯବାନ ମାନଙ୍କ ପ୍ରତି ସମସ୍ତଙ୍କ ହୃଦୟରେ ସ୍ବତଃସ୍ପୂର୍ତ୍ତ ଭାବରେ ସମ୍ମାନ ଜଣାଇବାର ଇଚ୍ଛା ଜାଗ୍ରତ କରିଥିଲା ଏହି ଦୁଇ କବିଙ୍କର କବିତା । ଏହି କାର୍ଯ୍ୟକ୍ରମରେ ସଂଘର ସଂପାଦକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ହେମନ୍ତ ମେହେର ସଭା ପରିଚାଳନା କରିଥିଲେ। ପରେ ହେଲୋ କିଡସ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହା ବ୍ୟତୀତ ଜିଲ୍ଲା ଅବସର ସୈନିକ ସଂଘର ସଭାପତି ବିଦ୍ୟୁତ୍ ମିଶ୍ର , ସାମ୍ବାଦିକ ଆକାଶ ମିଶ୍ର, ନବୀନ ଦାଶ, ଜନକ ରାମ ଦାଶ, ଖିରୋଜ ନାଏକ, କୌସିକ ମହାକୁଡଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୈଳାଶ ସେଠ୍ ଓ ତାଙ୍କ ସାଥୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୃତ୍ୟ ତାଳେ ତାଳେ ସମସ୍ତେ ଝୁମି ଉଠିଥିଲେ। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ  ସୈନିକ ହେମନ୍ତ ମେହେର, ରମେଶ ମେହେର, ସପ୍ତସିନ୍ଧୁ ପ୍ରଧାନ, ସିଭିଲ ପ୍ରଧାନ, ନଜର ଅହମ୍ମଦ, ଲଲିତ ସାହୁ, ନରେନ୍ଦ୍ର ପ୍ରଧାନ, ଖିରେଶ୍ୱର୍ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories