www.samajalive.in
Saturday, December 13, 2025
26.1 C
Bhubaneswar

ସରସ୍ୱତୀ ଶିଶୁମନ୍ଦିରରେ ଅମୃତ ମହୋତ୍ସବ

ଆଠଗଡ଼: ଆଠଗଡ଼ ବାଣୀକଣ୍ଠନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ୩ଦିନ ବ୍ୟାପୀ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଗତ ୧୩ତାରିଖରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ନୃତ୍ୟ, ସଂଗୀତ, ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପିଲାମାନେ ଏକ ବିରାଟକାୟ ଭାରତ ମାନଚିତ୍ର ପ୍ରସ୍ତୁତ କରି ତା ମଧ୍ୟରେ ୭୫ଟି ଦୀପ ପ୍ରଜ୍ଜଳନ କରିଥିଲେ। ୧୪ତାରିଖରେ ବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ, ପରିଚାଳନା ସମିତି ଓ ଉପଦେଷ୍ଟା ମଣ୍ଡଳିର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଜାତୀୟ ପତାକା ଧରି ତ୍ରିରଙ୍ଗା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ୧୫ତାରିଖ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‍ ପାରେଶ୍ୱର ଜେନାଙ୍କ ଉପସ୍ଥିତିରେ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ଜେନା ଓ ସଭାପତି ଶ୍ରୀ ଦାଶ ଏହି ଅବସରରେ ଉଦ୍‍ବୋଧନ ଦେଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ, ସେଥିରେ ମୁଖ୍ୟଭୂମିକା ଗ୍ରହଣ କରିଥିବା ମହାନ ଦେଶଭକ୍ତମାନଙ୍କ ସ୍ମୃତିଚାରଣ କରିବା ସହ ଅମୃତ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ପରେ ପରେ ଷଷ୍ଠରୁ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରିଚାଳନା କମିଟି ଉପସଭାପତି ସୁଶୀଲ କୁମାର ରାଉତ, ସଭ୍ୟା ଜ୍ୟୋତିର୍ମୟୀ ବଳ, ରଶ୍ମିତା ଭଞ୍ଜ, ଉପଦେଷ୍ଟା ମଣ୍ଡଳୀ ସଭାପତି ଜ୍ଞାନ ରଞ୍ଜନ ମହାପାତ୍ର ସଭ୍ୟ ସନ୍ତୋଷ ପରିଡ଼ା ଓ ରୀନାବାଳା ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାବେଳେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories