www.samajalive.in
Sunday, December 14, 2025
14.1 C
Bhubaneswar

ଶକ୍ତିନଗରରେ ସ୍ୱାଧୀନତା ଦିବସ ପାଳନ

ଆଠଗଡ଼: ଆଠଗଡ଼ ଏନଏସିର ୧୮ନଂ ୱାର୍ଡ ଅନ୍ତର୍ଗତ ଶକ୍ତିନଗର ବିକାଶ ପରିଷଦ ଆନୁକୂଲ୍ୟରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ପରିଷଦର ସାଧାରଣ ସଂପାଦକ ଧରଣୀଧର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ସାମଲ ଜାତୀୟ ପତାକା ଉତ୍ତୋଳନ କରି ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସ ସଂପର୍କରେ ନିଜର ବକ୍ତବ୍ୟ ରଖିବା ସହିତ ଜାତିର ପିତା ମହାତ୍ମାଗାନ୍ଧିଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୀନାକୁମାରୀ ମହାପାତ୍ର ମଧ୍ୟ ସାରଗର୍ଭକ ଭାଷଣ ଦେଇଥିଲେ। ଏହି ଅବସରରେ ଖୋ-ଖୋ କ୍ରୀଡାବିତ୍‍ ଟି ବଳରାମ ଦାସ ଓ ପରିଷଦର ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଉପେନ୍ଦ୍ରନାଥ ଜେନାଙ୍କ ସମେତ ପରିଷଦର କର୍ମକର୍ତ୍ତା କିଶୋର ଚନ୍ଦ୍ର ଚୌଧୁରୀ, ସ୍ମୃତିରଞ୍ଜନ ରାଉତରାୟ, ପବିତ୍ରମୋହନ ସେଠୀ, ରାକେଶ ରୋସନ ସାହୁ, ଗୋବିନ୍ଦଚନ୍ଦ୍ର ମହାପାତ୍ର, ବିଚିତ୍ରାନନ୍ଦ ସାହୁ, ସବିତା ବେହେରା, ଯୁଗଳକିଶୋର ଭୂୟାଁ, ସଂଗ୍ରାମକେଶରୀ ମହାପାତ୍ର, ଜୟନାରାୟଣ ସିଠ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories