www.samajalive.in
Saturday, December 13, 2025
26.1 C
Bhubaneswar

ପୀଡିତ ପରିବାରକୁ ସୁରକ୍ଷା ଓ କ୍ଷତିପୂରଣ ଦାବି

ନବରଙ୍ଗପୁର: ଗତ ୧୩ ତାରିଖରେ ଉମରକୋଟ ବୁର୍ଜା ପଞ୍ଚାୟତର କପସାଭଟା ଗ୍ରାମରେ ଅଭାବନୀୟ କାଣ୍ଡ ଘଟିଛି। ଏହି ଘଟଣାକୁ ଦୃଢତାର ସହ ନିନ୍ଦା କରାଯାଇଛି। ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ପକ୍ଷରୁ କପସାଭଟ୍ଟା, ସିରିଆଭଟା, ଲକନି ପଖନା ଗ୍ରାମର ଗ୍ରମାବାସୀଙ୍କର ଯେଉଁ ୧୦୦ଏକରରୁ ଉର୍ଦ୍ଧ ମକା ଫସଲକୁ ନଷ୍ଟ ହୋଇଛି, ସରକାର ପ୍ରଶାସନ ତରଫରୁ ସଂପୂର୍ଣ୍ଣ କ୍ଷତିପୂରଣ ଦିଆଯିବାକୁ ଦାବି କରାଯାଇଛି। କପସାଭଟ୍ଟା ଗ୍ରାମର ନୀରିହ ଆଦିବାସୀ ପିଡିତ ପରିବାରକୁ ପୁଲିସ ପ୍ରଶାସନ ତରଫରୁ ସୁରକ୍ଷା ପ୍ରଦାନ କରାଯିବା, ଯେଉଁ ବ୍ୟକ୍ତି ମାନେ ଜଙ୍ଗଲଜମି ପଟ୍ଟା ପାଇଛନ୍ତି ସଂପୃକ୍ତ ବିଭାଗ ତରଫରୁ ସେହି ଜମିକୁ ଚିହ୍ନଟ କରାଯାଉ। ପରିସୀମା ଠିକ ଭାବେ ଚିହ୍ନଟ କରାଯାଉ। ଦୀର୍ଘ ବର୍ଷ ଧରି ଯେଉଁ ଜଙ୍ଘଲ ଜମିରେ ଚାଷ କରି ଆସୁଛନ୍ତି। ସେହି ଜଙ୍ଗଲଜମିର ପଟ୍ଟା ପ୍ରଦାନ କରାଯାଉ। ଗ୍ରାମର ୫୦ ପରିବାରକୁ ଚିହ୍ନଟ କରି ସରକାରୀ ପକ୍କାଘର ଦିଆଯାଉ। ଏହି ବର୍ବର କାଣ୍ଡରେ ଯେଉଁ ବ୍ୟକ୍ତିମାନେ ସଂପୃକ୍ତ ଅଟନ୍ତି ତୁରନ୍ତ ସେମାନଙ୍କୁ ଗିରଫ କରାଯାଉ ଓ କୋର୍ଟ ଚାଲାଣ କରାଯାଉ। ଏହି ଦାବି ପୂରଣ କରାନଗଲେ ମହାସଂଘ ପକ୍ଷରୁ ଗଣତାନ୍ତ୍ରୀକ ଓ ସାମ୍ବିଧାନିକ ପଦ୍ଧତିରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରାଜ୍ୟ ସଭାପତି ସଚିନ ମହାପାତ୍ର, କେବିକେ ସଭାପତି ପ୍ରଭାକର ହନ୍ତାଳ, ଜିଲା ସଭାପତି ଦିବାକର ପୂଜାରୀ, ସାଧରଣ ସମ୍ପାଦକ ଭଗବାନ ବୈରାଗୀ, ଓଡ଼ିଶା କୃଷକ ସଭାର ଜିଲା ଆବାହକ ରାଜେଶ ଜାନୀ ପ୍ରମୂଖ ଉପସ୍ଥିତ ରହି ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories