www.samajalive.in
Saturday, December 13, 2025
26.1 C
Bhubaneswar

କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡିଶା ହକି ପ୍ରମୋସନ କାଉନସିଲର ଅଧକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ ଜାତୀୟ ପତାକା ଉତ୍ତୋଳନ କରିଵା ସହ ଉପସ୍ଥିତ କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ନଅ ଗୋଟି ଦଳ ଦ୍ୱାରା ସାମୁହିକ ପରେଡ଼ ଅନୁଷ୍ଠିତ ହୋଇଥିଲା।
କ୍ରୀଡା ଓ ଯୁବସେବା ବିଭଗ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କୁଇଜ଼, ଚିତ୍ରାଙ୍କନ, ଅନ୍ତାକ୍ଷରି, ରଙ୍ଗୋଲି, ମ୍ୟୁଜିକ ଚେୟାର, ଟଗ ଅଫ ୱାର, ବ୍ୟାଡମିଣ୍ଟନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ଯୁକ୍ତ ୨ କଳା ପରୀକ୍ଷାରେ ଭଲ ନମ୍ବର ରଖିଥିବା ବାସ୍କେଟବଲ ଖେଳାଳି ଯତୀନ କୁମାର ବାରିକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭାଗର ଯୁଗ୍ମଶାସନ ସଚିବ ବିଜୟାନନ୍ଦ ନାୟକ ଏବଂ ଶୈଳେନ୍ଦ କୁମାର ଜେନାଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗଦେଇଥିଲେ।
ବିଜୁ ପଟ୍ଟନାୟକ ସ୍ୱଇମିଙ୍ଗ ପୁଲ ପରିସରରେ ଅନ୍ୟ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ଅଶୋକ ବରାଳ ପାଣିରେ ଭାସି ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ଏଥି ସହିତ ଗଭୀର ଜଳରେ ବିନା ଗୋଡ ହାତ ହଲାଇ କିପରି ଭାସି ହେବ ସେ କୌଶଳ ସ୍ପୋର୍ଟସ ହଷ୍ଟେଲର ଛାତ୍ରଛାତ୍ରୀଙ୍କୁ ଶିଖାଇଥିଲେ। କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଫୋରମ୍ ଫର ସ୍ମାର୍ଟର ପ୍ରତିଷ୍ଠାତା ସଦସ୍ୟ ତଥା ସଂଙ୍କଳ୍ପ ଟିଭିର ପ୍ରତିଷ୍ଠାତା ଅଶୋକ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories