www.samajalive.in
Sunday, December 14, 2025
16.1 C
Bhubaneswar

ଲଗାଣ ବର୍ଷାରେ ଭାଙ୍ଗିଲା ବହୁ ଘର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଲଗାଣ ବର୍ଷାରେ ବହୁ ଘର ଭାଙ୍ଗିଥିବା ଜଣାପଡିଛି । ଲଘୁଚାପ ଜନିତ ବର୍ଷାରେ ସଦର ପଞ୍ଚାୟତର ବଦଦ୍ୱାର ସାହିର ନିରୂପମା କୌଶଲ୍ୟା, ରିଙ୍କି କୌଶଲ୍ୟା, ହେମନ୍ତ କୌଶଲ୍ୟା, ଗୋବିନ୍ଦ କୌଶଲ୍ୟା, ଗୋପାଳ କୌଶଲ୍ୟା, ଗିରିଆଗୁଡା ଗାଁର ଜାକାଶିକା ଲକ୍ଷ୍ମୀ, ଘାଗୁଡିମାଳ ଗାଁର ଯୁଧିଷ୍ଠିର ନାଗବଂଶ, ନୂଆସାହି ର ଦାମୋଦର ବେନିଆ ,ବାକିଟି (କେଉଟ) ସାହିର ମୋହନ ,ଶିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗାଁର ରମେଶ ବାଗ ଓ ବିଜୟ କୁମାର ବାଗ ,ନାରାୟଣ ପୁରପଞ୍ଚାୟତରେ ନାରାୟଣପୁର ର ଜୟସିଂ ବିଡିକା, ପଡେଇକାଣି ଗାଁର ଗୋବିନ୍ଦ ଟାକିରି, ସୁନାଖଣ୍ଡି ପଞ୍ଚାୟତର ସୁନାଖଣ୍ଡି ଗାଁର ଶାଙ୍କାରାଓ କୃଷିକା, ସଞ୍ଜୟ କୁମାର ଝାଳିଆ, ଲକ୍ଷ୍ମୀପୁର ଗାଁର ଦେଇ ପିଡ଼ିସିକା,ମାଝିଗୁଡା ପଞ୍ଚାୟତର ପୋମଡା ଗାଁର ରୂପାଇ ପ୍ରାସ୍କା,ସମୁଲୁ ନାଣକା ,ମାଝୀଗୁଡା ଗାଁର ଆଦଶ୍ରୀ ନୁକୀ,କନପାଳ ସଙ୍କାରାଓ ସମେତ ଅନ୍ୟ ପଞ୍ଚାୟତରେ ମଧ୍ୟ କିଛି ଘର ବର୍ଷାରେ ଭାଙ୍ଗି ଥିବା ଶୁଣିବାକୁ ମିଳୁଛି ।
କଲ୍ୟାଣସିଂହପୁର ଅଞ୍ଚଳରେ ସରପଞ୍ଚ ଗୌତମ ବାର୍ଲି , ସୁନାଖଣ୍ଡି ପଞ୍ଚାୟତ ସରପଞ୍ଚ ସଞ୍ଜୟ ନିଶିକା ଓ ଅନ୍ୟ ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତରେ ଘର ଭାଙ୍ଗି ପଡିଥିବା ଖବର ପାଇ ପରିଦର୍ଶନ କରି ସେମାନଙ୍କୁ ସଚେତନତା କରିଥିଲେ ।ଏବଂ ରାଜସ୍ବ ନୀରିକ୍ଷକ ଙ୍କୁ କହି ପଲିଥିନ ବ୍ୟବସ୍ଥା କରିଥିଲେ । କିଛି ପଞ୍ଚାୟତରେ ପଲିଥିନ ଦେଇନଥିବା ଶୁଣିବାକୁ ମିଳିଛି । ଏହିଗରିବ ଶ୍ରେଣୀର ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଲେଖାଏଁ ଯୋଗାଇଦେବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି ।ତାହା ସହିତ ରାଜସ୍ୱ ନୀରିକ୍ଷକ ମାନେ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଘର ଭାଙ୍ଗିଥିବା ହିତାଧିକାରୀଙ୍କୁ ପଲିଥିନ ଯୋଗାଇଦେବା ପାଇଁ ମଧ୍ୟ ଦାବି କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories