www.samajalive.in
Sunday, December 14, 2025
26.1 C
Bhubaneswar

୨୫ଟି ଜିଲାରେ କବିତା ପାଠ କରିବେ ୨୫୦୦କବି

ଭୁବନେଶ୍ବର: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛି। ସ୍ବାଧୀନତା ଦିବସ ଅବସରରେ ଅପରାହ୍ଣ ୩ଟାରେ ୨୫ଟି ଜିଲାର ୧୨୫ଟି ସ୍ଥାନରେ ୨୫୦ ସ୍ଥାନୀୟ ଆୟୋଜକ ଓ ସଂଯୋଜକଙ୍କ ସହଯୋଗରେ ୨୫୦୦କବି ଦେଶାତ୍ମବୋଧକ କବିତା ପାଠ କରିବେ। ପ୍ରତ୍ୟେକ ସ୍ଥାନରେ ସ୍ଥାନୀୟ ସାହିତ୍ୟିକ ଅତିଥି ବା ବକ୍ତାଭାବେ ଯୋଗଦେବେ।

କାର୍ଯ୍ୟକ୍ରମକୁ ଏକାଡେମୀର ଜିଲା ପ୍ରତିନିଧି ଓ ସଦସ୍ୟ/ସଦସ୍ୟା ପରିଚାଳନା କରିବେ। ସମସ୍ତ କାର୍ଯ୍ୟକ୍ରମର ଭିଡିଓ ରେକର୍ଡ କରାଯିବ, ଯାହାକୁ ଲିମ୍‌କା ବୁକ୍‌ ଅଫ ରେକର୍ଡ ଓ ଗିନିଜ ବୁକ୍‌ ଅଫ ରେକର୍ଡରେ ସ୍ଥାନିତ କରିବାକୁ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଅନୁଗୋଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରେ ପାଳନ କରାଯିବ ବୋଲି ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ ସୂଚନା ଦେଇଛନ୍ତି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories