www.samajalive.in
Saturday, December 13, 2025
27.1 C
Bhubaneswar

ବର୍ଷାପାଣି ହିଁ ଭରସା

କଲ୍ୟାଣସିଂହପୁର: ପାନୀୟ ଜଳ ସମସ୍ୟା ଦୂର କରିବାପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବାକୁ ଯୋଜନା କରିଛନ୍ତି। ହେଲେ ପ୍ରଶାସନର ଅଣଦେଖା ଓ ପଞ୍ଚାୟତର ଅବହେଳା ଯୋଗୁଁ ୧୬ ଦିନହେଲା ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଯୋଗା ଯାଉଥିବା ପାନୀୟ ଜଳରୁ ସ୍ଥାନୀୟ ଲୋକେ ବଞ୍ଚିତ ରହିଛନ୍ତି । ଯାହାଫଳରେ ଲୋକେ ସ୍ବର୍ଗଆଧାର ବର୍ଷାପାଣିକୁ ଵ୍ୟଵହାର କରୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟଟି କୌଣସି ପାଇପ ପାଣି ନୁହେଁ କିମ୍ବା ଟ୍ୟାଙ୍କର୍ ମାଧ୍ୟମରେ ଯୋଗାଉଥିବା ପାଣି ନୁହେଁ ଏହି ପାଣି ହେଉଛି ସ୍ବର୍ଗ ଆଧାର ବର୍ଷାପାଣି । ଏହି ବର୍ଷା ପାଣିକୁ ଧରି ଲୋକେ ପିଇବା ସହ ନିତ୍ୟ ବ୍ୟବହାର୍ଯ୍ୟ କାମରେ ଲଗାଉଛନ୍ତି।

ଦେଶ ସ୍ବାଧୀନତାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକେ ବିଶୁଦ୍ଧ ପାନୀୟଜଳରୁ ବଞ୍ଚିତ ରହୁଛନ୍ତି । ଏହି ଦୃଶ୍ୟଟି ହେଉଛି କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର। ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଆଜକୁ ୧୬ ଦିନ ହେଲା ବିଶୁଦ୍ଧ ପାନୀୟଜଳ ଯୋଗାଉ ନଥିବାରୁ ଲୋକେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି । କଲ୍ୟାଣସିଂହପୁର ସଦର ମହକୁମାର କାଚରା ସାହି, କାମ୍ପ ସାହି ମୁଖ୍ୟ ବଜାର, ଗୌଡ ସାହି, ପାଇକ ସାହି, ସାନ ବ୍ରାହ୍ମଣ ସାହି, ବଡ ବ୍ରାହ୍ମଣ ସାହି, ଧୋବା ସାହି ଓ ଦାନୁ ସାହି ଓ ସାନ କୁମ୍ଭାର ସାହିର ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକ ବିଶୁଦ୍ଧ ପାନୀୟଜଳରୁ ବଞ୍ଚିତ ରହିଛନ୍ତି । ପାଣି ପାଇଁ ଲୋକେ ହନ୍ତସନ୍ତ ହୋଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ଜଳ ଯୋଗାଣ ପରିମଳ ବିଭାଗ, ବ୍ଲକ ପ୍ରସାଶନ ଓ ସ୍ଥାନୀୟ ଜନ ପ୍ରତିନିଧି ଦୃଷ୍ଟି ଦେଉନଥିବା ପରିତାପର ବିଷୟ ହୋଇ ପଡିଛି ।

- Advertisement -

ଗତ କିଛି ମାସ ହେଲା କଲ୍ୟାଣସିଂହପୁରରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାରୁ ଜଳ ଯୋଗାଣ ପରିମଳ ବିଭଗ ପକ୍ଷରୁ ମଧ୍ୟ ପୁରୁଣା ପାଇପ ବାହାର କରି ନୂତନ ପାଇପ ବିଛାଉଥିବା ବେଳେ କିଛି ଜାଗାରେ ପାଇପ ସଂଯୋଗ କରିବାରେ ବିଳମ୍ବ କରୁଥିବାରୁ ଆଜକୁ ପ୍ରାୟ ୧୬ ଦିନ ହେଲାଣି ହଜାର ହଜାର ଲୋକେ ବିଶୁଦ୍ଧ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କିଛି ଉପାୟ ନପାଇ ଲୋକେ ବାଧ୍ୟ ହୋଇ ନିଜ ନିଜ ଛାତ ଓ ଟିଣରୁ ବହି ଆସୁଥିବା ବର୍ଷା ପାଣିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏହି ବର୍ଷା ପାଣିକୁ ଧରି ସ୍ନାନ ଶୌଚ ସହ ପିଇବାକୁ ମଧ୍ୟ ବାଧ୍ୟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏଭଳି ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି କିଛିଦିନ ହେବ ଟ୍ୟାଙ୍କର ମାଧ୍ୟମରେ ପ୍ରତ୍ୟେକ ସାହିକୁ ପାଣି ଯୋଗାଉଥିଲେ। ଲୋକଙ୍କୁ ତିନିଚାରି ହାଣ୍ଡି ପାଣି ଯୋଗାଉଥିବାରୁ ସମୁଦ୍ରକୁ ଶଙ୍ଖେ ପାଣିଭଳି ମନେ ହେଉଛି। ଲଘୁଚାପ ଜନିତ ବର୍ଷା ହେଉଥିବାରୁ ଟେଙ୍କର ମାଧ୍ୟମରେ ଯୋଗାଉଥିବା ପାଣିକୁ ମଧ୍ୟ ବନ୍ଦ କରିଦେଇଥିବାରୁ ଲୋକେ ବର୍ଷା ପାଣିକୁ ଧରି ବ୍ୟବହାର କରଛନ୍ତି। ଯଦି ସଦର ମହକୁମାରେ ଏଭଳି ପାନୀୟଜଳ ସମସ୍ୟା ଲାଗି ରହିଥିବା ବେଳେ ଦୁର୍ଗମ ଅଞ୍ଚଳର ଲୋକର ଅବସ୍ଥା କିପରି ରହଥିବ ଏହି ଦୃଶ୍ୟରୁ ଜଣାପଡୁଛି। ତୁରନ୍ତ ପାନୀୟ ଜଳର ବ୍ୟବସ୍ଥା କରାନଗଲେ ଆଗାମି ଦିନରେ ପଞ୍ଚାୟତର ସମସ୍ତ ମହିଳାମାନେ ଏକତ୍ରୀତ ହୋଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଛାଇବୁ ନାହିଁ ବୋଲି ଚେତାବନି ଦେଇଛନ୍ତି। ଏଭଳି ପାନୀୟଜଳ ସମସ୍ୟା ଲାଗିରହିଥିବାରୁ ରାୟଗଡା ଜଳ ଯୋଗାଣ ଓ ପରିମଳ ବିଭାଗର(ଏସଡିଓ) ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାଜ କିଶୋର ଭୂମିଜଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବର୍ଷା ଲାଗି ରହିଥିବାରୁ କାମ ବନ୍ଦ ରହିଛି ପୁଣି କାମଶେଷ ହେବାକୁ ଏକ ସପ୍ତାହ ଲାଗିବ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories