www.samajalive.in
Wednesday, December 10, 2025
16.1 C
Bhubaneswar

ସ୍ୱାଧୀନତା ଦିବସ ଉପଲକ୍ଷେ ୧୦୮୨ ପୁଲିସ କର୍ମୀଙ୍କୁ ପଦକ

ଓଡ଼ିଶାର ୨ ପୁଲିସ କର୍ମୀଙ୍କୁ ସାହସିକତା ପାଇଁ ପୁଲିସ ପଦକ
ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ପୁଲିସ ଅଧିକାରୀଙ୍କୁ  ରାଷ୍ଟ୍ରପତି ପୁଲିସ ପଦକ 

୧୧ ଜଣ ଓଡ଼ିଶା ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ

ନୂଆଦିଲ୍ଲୀ :  ସ୍ୱାଧୀନତା ଦିବସ-୨୦୨୨ ଉପଲକ୍ଷେ ଦେଶର ମୋଟ୍‌ ୧୦୮୨ ଜଣ ପୁଲିସ କର୍ମୀଙ୍କୁ ପଦକ ପ୍ରଦାନ କରାଯାଇଛି।୩୪୭ ଜଣ ପୁଲିସ କର୍ମୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ।  ଅନ୍ୟପକ୍ଷରେ ବିଶିଷ୍ଟ ସେବା ପାଇଁ ୮୭ ଜଣ ପୁଲିସ କର୍ମୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି । ସେହିପରି ୬୪୮ ଜଣ ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି ।

ଓଡ଼ିଶା ପୁଲିସର ଦୁଇ ଜଣ ଅଧିକାରୀଙ୍କୁ ସାହସିକତା ପାଇଁ ପୁଲିସ ପଦକ ପ୍ରଦାନ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ସେମାନେ ହେଲେ କମାଣ୍ଡୋ କୁମାର କର୍ମୀ ଓ କମାଣ୍ଡୋ ପୀତବାସ ପାଣ୍ଡେ

- Advertisement -

ସେହିପରି ଓଡ଼ିଶାର ଦୁଇ ପୁଲିସ ଅଧିକାରୀ କଟକ-ଭୁବନେଶ୍ୱର ଦ୍ବୈତ ନଗରୀର ଆରକ୍ଷୀ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ସୁରକ୍ଷା ୱିଙ୍ଗର ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସରୋଜ କୁମାର ମହାପାତ୍ର ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇଛନ୍ତି । 

ଅନ୍ୟପକ୍ଷରେ ୧୧ ଜଣ ଓଡ଼ିଶା ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯାଇଛି । ସେମାନେ ହେଲେ :

  1. କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ କୁମାର ନାୟକ
  2. ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ସିଆଇଡି ଏସଟିଏଫର ଉପ ଆରକ୍ଷୀ ଆୟୁକ୍ତ ଶ୍ରୀ ସଚ୍ଚିଦାନନ୍ଦ ରଥ
  3. ଭୁବନେଶ୍ୱର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ଉପ ଆରକ୍ଷୀ ଆୟୁକ୍ତ ଶ୍ରୀ ଗୁରୁପ୍ରସାଦ ଶିବଶଙ୍କର ନନ୍ଦ
  4. ରାଉରକେଲାର ଉପ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ବନିତା ମାଝୀ
  5. କଟକ କ୍ରାଇମବ୍ରାଞ୍ଚ ସିଆଇଡିର ପୁଲିସ ସବଇନ୍ସପେକ୍ଟର ଶ୍ରୀ ଏନ. ତ୍ରିନାଥ ଦୋରା
  6. ସମ୍ବଲପୁର ସ୍ପେଶଲ ସ୍କ୍ବାଡର ପୁଲିସ ଏଏସଆଇ ଶ୍ରୀ ମହମ୍ମଦ ଜାହାଙ୍ଗୀର
  7. ଝାରସୁଗୁଡ଼ା ଓଏସଏପି ଦ୍ବିତୀୟ ବାଟାଲିୟନର ହାବିଲଦାର ଶ୍ରୀ ବିଷ୍ଣୁ କୁମାର ବୁରା
  8. ଅନୁଗୁଳ ପୁଲିସର ଡ୍ରାଇଭର ହାବିଲଦାର ଶ୍ରୀ ହୃଷିକେଶ ବାରିକ
  9. କୋରାପୁଟ ଏସଓଜି, ଏଇଟି ଏଣ୍ଡ ଆରସିର ସହାୟକ ଆର୍ମରର୍‌ ଶ୍ରୀ ବସନ୍ତ କୁମାର ଡାକୁଆ
  10. ସୁନ୍ଦରଗଡ଼ ଡିଏଫଏସଏଲର କନେଷ୍ଟବଳ ଶ୍ରୀ ଅଞ୍ଜନ କୁମାର ମହାନ୍ତି
  11. କୋରାପୁଟ ଓଏସଏପି ତୃତୀୟ ବାଟାଲିୟନର ସିପାହୀ ଶ୍ରୀ ପ୍ରଶାନ୍ତ ପରିଡ଼ା

 

ଜମ୍ମୁ ଓ କଶ୍ମୀରରେ ସାହସିକ କାର୍ଯ୍ୟ କରିଥିବା ୨୦୪ ଜଣ ସୁରକ୍ଷା କର୍ମୀଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି । ବାମପନ୍ଥୀ ଉଗ୍ରବାଦ କ୍ଷେତ୍ରରେ ସାହସିକ କାର୍ଯ୍ୟ କରିଥିବା ୮୦ ଜଣ ପୁଲିସ କର୍ମୀଙ୍କୁ ସାହସିକତା ପ୍ରଦାନ କରାଯାଇଥିବା ବେଳେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ୧୪ ଜଣ ସୁରକ୍ଷାକର୍ମୀ ଏହି ପୁରସ୍କାର ପାଇଛନ୍ତି । ସାହସିକତା ପୁରସ୍କାର ପାଇବାକୁ ଥିବା ୩୪୭ ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସିଆରପିଏଫର ୧୦୯ ଜଣ, ଜମ୍ମୁ ଓ କଶ୍ମୀର ପୁଲିସର ୧୦୮ ଜଣ, ବିଏସଏଫର ୧୯ ଜଣ, ମହାରାଷ୍ଟ୍ରର ୪୨ ଜଣ, ଛତିଶଗଡ଼ର ୧୫ ଜଣ ଏବଂ ଅନ୍ୟମାନେ ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ପୁଲିସ କର୍ମୀ ରହିଛନ୍ତି ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories