www.samajalive.in
Wednesday, December 10, 2025
16.1 C
Bhubaneswar

ମଣ୍ଡଳସ୍ତରୀୟ ଉଚ୍ଚବିଦ୍ୟାଳୟ ମେଧା ସମ୍ମାନ ପ୍ରଦାନ

ବାଙ୍କୀ: ସ୍ଥାନୀୟ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ ପକ୍ଷରୁ ଡମପଡ଼ା ମଣ୍ଡଳସ୍ତରୀୟ ଉଚ୍ଚ ବିଦ୍ୟାଳୟ ମେଧା ସମ୍ମାନ-୨୦୨୨ ଶନିବାର ସନ୍ଧ୍ୟାରେ ପ୍ରଦାନ କରାଯାଇଛି। ଡମପଡ଼ା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ୨୪ଗୋଟି ହାଇସ୍କୁଲର ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ ନିଜ ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନଙ୍କୁ ମାନପତ୍ର ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଶିକ୍ଷକ ଭବନ ପରିସରରେ ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଞ୍ଚାଳିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ପ୍ରେସକ୍ଲବ ସମ୍ପାଦକ ସୁବାଷ ପାଢ଼ୀ, ମୁଖ୍ୟ ବକ୍ତା ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନିତ ଅତିଥି ବିଶ୍ୱଜିତ୍‍ ସୂର୍ଯ୍ୟବଂଶୀ, ଭରତ ମିଶ୍ର ପ୍ରମୁଖ ଯୋଗଦେଇ ଜଣେ ଆଦର୍ଶ ଓ ଭଲ ମଣିଷ ହେବାପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସାମ୍ବାଦିକ ଗୌରାଙ୍ଗ ବେହେରା ସ୍ୱାଗତ ଭାଷଣ, ସମ୍ପାଦକ ବିଦ୍ୟାଧର ଖଟୁଆ ସମ୍ପାଦକୀୟ ବିବରଣୀ ପାଠ ଓ ସମ୍ବର୍ଦ୍ଧନା ଉତ୍ସବର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଅତିଥିମାନେ ମେଧାବୀ ଛାତ୍ର ଆଲୋକ କୁମାର ପ୍ରଧାନ, ଦୁଷ୍ମନ୍ତ ରାଉତ, ମନସ୍ୱିନୀ ଦାସ, ଇଶ୍ୱର ଚନ୍ଦ୍ର ଦାସ, ସୁମିତ କୁମାର ମଲ୍ଲିକ, ବିନିତା ବିଶ୍ୱାଳ, ସନ୍ଦୀପ ବେହେରା, ଆଶୁତୋଷ ମହାପାତ୍ର, ସ୍ୱାତୀ ସାଗରିକା ତ୍ରିପାଠୀ, ତାପସ କୁମାର ସାହୁ, ନାନସୀ ପ୍ରିୟଦର୍ଶିନୀ ସାହୁ, ହରପ୍ରିୟା ଦାଶ, ଆସ୍ତିକ ତ୍ରିପାଠୀ, ଅଲିଭା ରାଣା, କିରଣ ମହାପାତ୍ର, ସ୍ୱପ୍ନାରାଣୀ ବାରିକ, ବର୍ଷା ଜେନା, ସୁଭ୍ରଜିତ ଗୋଚ୍ଛୀ, ପ୍ରଜ୍ଞାପରମିତା ବେହେରା, ଜ୍ଞାନେନ୍ଦ୍ର ମହାପାତ୍ର, ଗାୟତ୍ରୀ ମହାରଣା, ସ୍ନିଗ୍ଧା ସୁମନ ସ୍ୱାଇଁ, ବିଭୁଦତ୍ତ ରାଉତ ଏବଂ ପ୍ରିୟବ୍ରତ ପରିଡ଼ା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କବୟିତ୍ରୀ ଶକୁନ୍ତଳା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଶିକ୍ଷକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି ଓ ପ୍ରକୃତିବନ୍ଧୁ ଦିପକ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories