www.samajalive.in
Sunday, December 14, 2025
15.1 C
Bhubaneswar

ଥରେ ଅତିଥି ପଡାର ଅତିଥି ହୁଅନ୍ତୁ ଜିଲାପାଳ! ଆଜାଦୀ ଏଠି ଅଣଦେଖା, ସମସ୍ୟାର ଔଷଧ ଅଧିକାରୀଙ୍କ ପ୍ରତିଶ୍ରୁତି

ବଲାଙ୍ଗିର/ପାଟଣାଗଡ: ପାଟଣାଗଡ଼ ବ୍ଲକ ବର୍ଥଲା ପଞ୍ଚାୟତ। ପାଟଣାଗଡ଼-ହରିଶଙ୍କର ଯିବା ରାସ୍ତାରେ ପଡେ ଅତିଥି ପଡ଼ା। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ସାରା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। କିନ୍ତୁ ପାଟଣାଗଡ ବଥର୍ଲା ଅତିଥି ପଡାର ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ। ସେମାନଙ୍କ ସମସ୍ୟା ନେଇ ବ୍ଲକକୁ ଧାଉଛନ୍ତି। ପ୍ରତିଶ୍ରୁତିରେ ଅଜାଡି ଦେଉଛନ୍ତି ଅଧିକାରୀ। ଅଧିକାରୀ ପରେ ଅଧିକାରୀ ବଦଳୁଛନ୍ତି। କିନ୍ତୁ ସେମାନଙ୍କ ସମସ୍ୟା ଟିକିଏ ବି ସମାଧାନ ହୋଇପାରୁ ନାହିଁ।

ଅତିଥି ପଡା। ପାଟଣାଗଡ଼ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରାୟ ଅଢେଇ କିମି ଦୂର। ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୨ କିମି ଦୂରରେ ଥିବା ଅତିଥି ପଡ଼ାରେ ୩୨ଟି ପରିବାର ରହନ୍ତି। ସେମାନେ ବର୍ଥଲା ଗାଁର ଲଚ୍ଛିନ୍ଦ୍ର ବନ୍ଧ ହିଡ ନିକଟରେ ଚାଳ ଛପର ଘର କରି ପ୍ରାୟ ୨୦ବର୍ଷରୁ ଅଧିକ ହେବ ରହୁଥିଲେ। ସମସ୍ତ ୩୨ଟି ପରିବାର ଭୂମିହୀନ। ସେମାନଙ୍କୁ ସରକାର ବର୍ଥଲା ଗାଁର ନିକଟ ସରକାରୀ ଜମିରେ ପ୍ରାୟ ୨ରୁ ଅଢେଇ ଡେସିମିଲ ଜମି ଦେଇଥିଲେ। କିଛି ମାସ ତଳେ ୩୨ଟି କୋଠା ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯାଇଥିଲା । ଏବେ ସେହି ସ୍ଥାନ ଅତିଥି ପଡ଼ା ନାମରେ ପରିଚିତ। ଏଠାକୁ ଯିବା ପାଇଁ କିନ୍ତୁ ରାସ୍ତା ନାହିଁ । ଏଥିସହ ବିଦ୍ୟୁତ ମଧ୍ୟ ସଂଯୋଗ ହୋଇନାହିଁ । କାହାର ସ୍ୱାସ୍ଥ୍ୟବସ୍ଥା ବିଗିଡିଲେ କଥା ସରିଲା! ମୁଖ୍ୟ ରାସ୍ତାକୁ ରୋଗୀକୁ ଆଣିବା ପାଇଁ ନାକେଦମ ହେବାକୁ ପଡେ ଅତିଥି ପଡାରେ ରହି ପାଠ ପଢୁଥିବା ଛାତ୍ରଛାତ୍ରୀ ସ୍କୁଲ ଯିବା ଆସିବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ବିଦ୍ୟୁତ ସାଙ୍ଗକୁ ରାସ୍ତା ନଥିବାରୁ ତାଙ୍କ ପାଠପଢାରେ ଅସୁବିଧା ହୁଏ। ବର୍ଷା ଦିନେ ଅତିଥି ପଡ଼ା ବାସିନ୍ଦାଙ୍କ ପାଇଁ ଦୁଃଖ ଦୁଇଗୁଣା ହେଇଯାଏ। ଅତ୍ୟାବଶ୍ୟକ ଖାଉଟି ଦ୍ରବ୍ୟ ବର୍ଥଲା ଗାଁକୁ ମଧ୍ୟ କିଣି ଯାଇ ପାରୁ ନଥିବାରୁ ବହୁ କଷ୍ଟରେ ଚଳିଥାନ୍ତି ବୋଲି ପଡାବାସୀ ଅଭିଯୋଗ କରନ୍ତି । ଏସବୁ ସମସ୍ୟା ନେଇ ଏମାନେ ଯାହାକୁ ବି ଅଭିଯୋଗ କଲେ ସବୁ କାମ ହୋଇଯିବ କେବଳ ପ୍ରତିଶ୍ରୁତି ମିଳେ। କେବେ କୌଣସି ଅଧିକାରୀ ଆସି ସମସ୍ୟା ଦେଖିବା ତ ଦୂରର କଥା, ବୁଝି ନାହାନ୍ତି। ପଡାବାସୀଙ୍କ ସମସ୍ୟା ଥରେ ଜିଲାପାଳ ଆସି ଦେଖିଯାଆନ୍ତୁ। ଏମିତି ଜୀବନ ବି ଜିଇଁ ହୁଏ ତାହା ଜିଲାପାଳ ହୃଦୟଙ୍ଗମ କରିପାରିବେ ବୋଲି ପଡାବାସୀ ମତ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories