www.samajalive.in
Wednesday, December 10, 2025
14.1 C
Bhubaneswar

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୨, ସମାଧାନ ହେଲା ୩୧୬୯ ମାମଲା

ନବରଙ୍ଗପୁର: ଜିଲ। ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ। ଅଦାଲତ ପରିସରରେ ଜିଲ। ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ। ଦୌରା ଜଜ ସଂଜୀବ ଦୁବେଙ୍କ ଅଧ୍ୟକ୍ଷତାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଜିଲ। ଜଜ ସଂଜୀବ ଦୁବେ ଦୁଇଗୋଟି (୨) ଏମ.ଏ.ସି.ଟି. କେସ ସମାଧାନ କରି ଟ.୧୨,୪୦,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ୟ୍ୟ କରିଛନ୍ତି । ପରିବାର ବିଚାର ବିଭାଗୀୟ ଜଜ ଡକ୍ଟର ମୁନ ରାନୀ ମିଶ୍ର ୧୪ ଗୋଟି ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି ସେଥିମଧ୍ୟରୁ ୪ ଟି କେସ ରେ ଆପୋଷ ମିଳାମିଶା କରାଇଛନ୍ତି।

ଅତିରିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର ଗୋଟିଏ(୧) ଏମ.ଏ.ସି.ଟି. କେସ ଫଇସଲା କରି ଟ.୮,୧୫,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ୟ୍ୟ କରିଛନ୍ତି। ବରିଷ୍ଠ ଦେବାନୀ ଜଜ ଅନ୍ନପୂର୍ଣ୍ଣା ନାୟକ ୮ଟି ବ୍ୟାଙ୍କ ଋଣ ଦେୟ ସମ୍ପର୍କିତ ବିବାଦର ସମାଧାନ କରି ଟ.୧୮,୫୭,୭୪୭/- ଟଙ୍କା ରୁଣ ଆଦାୟ କରିଛନ୍ତି ଓ ୩ ଟି ଦେବାନି ମକଦ୍ଦମା ସମାଧାନ କରିଛନ୍ତି। ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା ୧୨୦୧ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୩୧୬୯ ଗୋଟି କୋର୍ଟ କେସର ଫଇସଲା କରାଯାଇଛି ଓ ବ୍ୟାଙ୍କର ୧୧ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୬,୨୩,୩୬୮/- ରୁଣ ଆଦାୟ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅତିରିକ୍ତ ଜିଲ୍ଲା ଜର୍ଜ (ପୋକସୋ) ପ୍ରଣତୀ ସାହା, ରେଜିଷ୍ଟ୍ରାର, ଜିଲା ଅଦାଲତ ସୁକାନ୍ତ କିଶୋର ଜେନା ଓ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ। ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories