www.samajalive.in
Wednesday, December 10, 2025
14.1 C
Bhubaneswar

ଟୋପ ହାଇସ୍କୁଲରେ ନିଆରା ଢଙ୍ଗରେ ପାଳିତ ହେଲା ଆଜାଦି କା ଅମୃତ ମହୋତ୍ସବ

ରେଙ୍ଗାଲିକ୍ୟାମ୍ପ: ଟୋପ ଉଚ୍ଚ ବିଦ୍ୟାଳୟ ଠାରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଅମୃତ ମହୋତ୍ସବ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀମାନଙ୍କ ବେଶ ପୋଷାକ ଧାରଣ କରି ଜନସାଧାରଣଙ୍କ ସ୍ମୃତିପଟରେ ସୁପ୍ତ ହୋଇ ରହିଥିବା ସେଇ ବୀର ଯବାନ ଓ ମହାପୁରୁଷମାନଙ୍କ ବଳିଦାନର ଅମର ଗାଥାକୁ ପୁଣି ଥରେ ଜାଗ୍ରତ କରିଥିଲେ। ଦେଶର ଏକତା ଓ ଅଖଣ୍ଡତାର ପ୍ରତୀକ ତ୍ରିରଙ୍ଗା ପତାକାକୁ ଧରି ସମବେତ ଜୟଘୋଷ ଦେଇଥିଲେ ‘ମେରି ଜାନ୍ ତ୍ରିରଙ୍ଗା , ଭାରତ କି ସାନ୍ ତ୍ରିରଙ୍ଗା, ହର ଘର୍ ତ୍ରିରଙ୍ଗା’। କୋମଳମତି ବାଳକ ବାଳିକାମାନଙ୍କ ହାତରେ ତ୍ରିରଙ୍ଗା ଓ ଜୟଘୋଷରେ କମ୍ପି ଉଠିଥିଲା ଗାଆଁ।

ପାଞ୍ଚ ମିଟର ଦୈର୍ଘ୍ୟ ବିଶିଷ୍ଟ ଜାତୀୟ ପତାକାକୁ ଧରି ସେମାନେ ଏହି ବାର୍ତ୍ତା ଦେଇଥିଲେ ଯେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଏହି ବାର୍ତ୍ତାକୁ ନେଇ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ଏହା ବ୍ୟତୀତ ସମ୍ବଲପୁରୀ ବେଶ ପୋଷାକ ପରିଧାନ କରି ସ୍ଥାନେ ସ୍ଥାନେ ସମ୍ବଲପୁରୀ ଗୀତ ଓ ନୃତ୍ୟ ମାଧ୍ୟମରେ ଭାରତର ଗୁଣଗାନ କରି ଲୋକଙ୍କୁ ଆକର୍ଷିତ କରିଥିଲେ। ଉଭୟ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କର ଏହି ଶୋଭାଯାତ୍ରାରେ ଉଭୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଗ୍ରାମର ସମସ୍ତ ଯୁବକ, ଶିକ୍ଷାପ୍ରେମୀ, ଭଦ୍ର ବ୍ୟକ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟାମାନେ ସାମିଲ ହୋଇଥିଲେ। ସେହିପରି ଅତାବିରାର ୩୨ଟି ଉଚ୍ଚ ବିଦ୍ୟାଳୟ, ୧୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୯ଟି ବେସରକାରୀ ବିଦ୍ୟାଳୟ ତଥା ସମସ୍ତ ମହାବିଦ୍ୟାଳୟରେ ମଧ୍ୟ ବଡ ଧୁମଧାମରେ ଓ ହର୍ଷ ଉଲ୍ଲାସରେ ସ୍ୱାଧୀନତାର ଏହି ଅମୃତ ମହୋତ୍ସବକୁ ପାଳନ କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories