www.samajalive.in
Friday, December 12, 2025
16.1 C
Bhubaneswar

ବଡ଼ମ୍ବା ସେଣ୍ଟଜାଭିୟର୍ସ ସ୍କୁଲରେ ଆଜାଦୀ କା ଅମୃତ ମହୋତ୍ସବ

ବଡ଼ମ୍ବା :  ବଡ଼ମ୍ବା ଖମାରସାହିସ୍ଥିତ ସେଣ୍ଟଜାଭିୟର୍ସ ସ୍କୁଲରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି। ସ୍କୁଲର ଅଧ୍ୟକ୍ଷ ବ୍ରଜବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ପରିଚାଳନା କମିଟି ଅଧ୍ୟକ୍ଷ ହରମୋହନ ପଟ୍ଟନାୟକ, ଯୋଗଗୁରୁ ସନ୍ତୋଷ କୁମାର ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଏଲିନା ଦାସ, ଶିକ୍ଷକ ରମେଶଚନ୍ଦ୍ର ବେହେରା, ସାମାଜିକ କର୍ମୀ ନିଗମାନନ୍ଦ ନାୟକ ଯୋଗଦେଇଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଦେଶବ୍ୟାପି ଅମୃତ ମହୋତ୍ସବ ପାଳନ କରାଯାଉଛି ଏବଂ ଏହାର ଉଦେଶ୍ୟ ତଥା ତାତ୍ପର୍ଯ୍ୟ ଉପରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ପରାଧୀନ ବ୍ରିଟିଶ ଶାସନନରୁ ଆମ ଦେଶକୁ ମୁକ୍ତି ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଭକ୍ତଙ୍କ ଉତ୍ସର୍ଗୀକୃତ ଅବଦାନ ଏବଂ ବଳିଦାନ ସମ୍ପର୍କରେ ଅଧ୍ୟକ୍ଷ ବିଦ୍ୟାର୍ଥୀଙ୍କୁ ଅବଗତ କରାଇବା ସହ ଏହି ଅବସରରେ ସେମାନଙ୍କ ସ୍ମୃତିଚାରଣ କରାଯାଇଥିଲା । ଆଗାମୀ ୩ଦିନ ଅର୍ଥାତ୍ ୧୩,୧୪ ଏବଂ ୧୫ ତାରିଖରେ ସମସ୍ତେ ଗର୍ବର ସହିତ ଅମୃତମହୋତ୍ସବ ଅବସରରେ ଘରେ ଘରେ ଜାତୀୟ ପତାକା ଉଡ଼ାଇବାକୁ ପରାମର୍ଶ ଦିଆଯାଇଥିଲା। ଶେଷରେ ଅମୃତମହୋତ୍ସବ ସମ୍ପର୍କରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories