www.samajalive.in
Wednesday, December 10, 2025
16.1 C
Bhubaneswar

ହାତୀଦାନ୍ତ ବେପାରୀ ଗିରଫ, ବଡ଼ମ୍ବାରୁ କଲିକତା ଲିଙ୍କ୍

ବଡ଼ମ୍ବା : ଏସଟିଏଫ୍ ଦ୍ୱାରା ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ଜବତ୍ ହେବାପରେ ବନବିଭାଗ ବିଶେଷକରି ଆଠଗଡ଼ ବନଖଣ୍ଡ ଏହାର ତଦନ୍ତକୁ ତ୍ୱରାନିତ କରିଛି। ଘଟଣାରେ  ସଂଶ୍ଳିଷ୍ଟ ଶିକାରୀ ଏବଂ ସହଯୋଗକାରୀଙ୍କ ଗିରଫଦାରୀ ଚାଲୁରହିଛି । ହେଲେ ମୃତ ହାତୀଙ୍କ ଦାନ୍ତ ଚାଲାଣ ଏବଂ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କ ଗିରଫକୁ ନେଇ ଏଯାବତ୍ ସନ୍ତୋଷଜନକ ପଦକ୍ଷେପ ଦେଖିବାକୁ ମିଳୁନଥିଲା । ଏଥିନେଇ ବୁଦ୍ଧୁଜୀବୀ ଏବଂ ପରିବେଶବିତ୍ ଉଦବେଗ ପ୍ରକାଶକରୁଥିବା ଖବର ପ୍ରକାଶ କରାଯାଉଥିଲା। ତେବେ ବିଳମ୍ବରେ ହେଲେମଧ୍ୟ ଏହି ଘଟଣାରେ ସଂପୃକ୍ତ ଜଣେ ହାତୀଦାନ୍ତ ବେପାରୀକୁ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ହାତୀଦାନ୍ତ ବେପାରୀ ହେଲା ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଦକ୍ଷିଣପାରିକ୍ଷେତ ଗ୍ରାମର ଏସ.କେ ରାଜାକ। ବିଶେଷ ସୂତ୍ରରୁ ଖବରପାଇ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦେଶକ୍ରମେ ଖୋର୍ଦ୍ଧା ପୁଲିସ ସହଯୋଗରେ ବନବିଭାଗର ଏକ ସ୍ୱତନ୍ତ୍ରଦଳ ଚଢାଉକରି ନିଜ ଗ୍ରାମରୁ ଉକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ବନଖଣ୍ଡ ଅଧିକାରୀ ଗଣମାଧ୍ୟମକୁ ସୂଚନାଦେଇଛନ୍ତି । ସୂଚନାମୁତାବକ ସଂପୃକ୍ତ ଅଭିଯୁକ୍ତ ବଡ଼ମ୍ବାରେ ସଂଗଠିତ ହାତୀଦାନ୍ତ କାରବାରରେ ସଂପୃକ୍ତଥିବା ତଦନ୍ତବେଳେ ସ୍ୱିକାର କରିଥିବା ବେଳେ ସୁଦୂର କଲକତାକୁ ହାତୀଦାନ୍ତ ଚାଲାଣ କରିଥିବା ଜଣାଯାଇଛି। ସହକାରୀ ବନଖଣ୍ଡ ଅଧିକାରୀ ଘନଶ୍ୟାମ ମୁଦୁଲିଙ୍କ ଉପସ୍ଥିତିରେ ଗିରଫ ଅଭି୍ୁକ୍ତକୁ ଶୁକ୍ରବାର ବଡ଼ମ୍ବା କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇଦିଆଯାଇଛି। ଅପରପକ୍ଷରେ ଗିରଫ ହାତୀଦାନ୍ତ ବେପାରୀ ବଡ଼ମ୍ବା ବନାଞ୍ଚଳରୁ ପାଖାପାଖି ୫ଟିରୁ ଅଧିକ ହାତୀର ଦାନ୍ତ କାରାବାର କରିଥିବା ଏବଂ ରୀତିମତ ଏହି ବେପାରକୁ ନେଇ ବଡ଼ମ୍ବାର ଶିକାରୀଙ୍କ ସହିତ ଯୋଗାଯୋଗରେ ରହିଥିବା ବିଶେଷସୂତ୍ରରୁ ଜାଣିବାକୁ ମିଳିଛି। ଜାରି ରହିଥିବା ତଦନ୍ତରୁ ଆଗକୁ ହାତୀଦାନ୍ତ କାରବାରର ଏହି ରାକେଟ ସମ୍ବନ୍ଧରେ ଖୋଲାସା କରିବାକୁ ବନ୍ୟପ୍ରାଣୀ ପ୍ରେମୀ ଏବଂ ପରିବେଶବିତ୍ ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories