www.samajalive.in
Saturday, December 6, 2025
15.1 C
Bhubaneswar

ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ବର :  ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ।  ଦିନକରେ ଆଉ ୪୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୮ ଜିଲ୍ଲା ଓ ଷ୍ଟେଟ ପୁଲରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୩୭, ସ୍ଥାନୀୟ ଅଞ୍ଚଳରୁ ୧୬୬ ଓ ୧୮ ବର୍ଷରୁ କମ୍ ୪୮ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୨ ହଜାର ୧୮୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୮୧, ସୁନ୍ଦରଗଡ଼ରୁ ୬୬, ସମ୍ବଲପୁରରୁ ୩୬, ଓ ଷ୍ଟେଟ ପୁଲରୁ ୧୪ ଜଣ ଆକ୍ର​‌ନ୍ତ ଚିହ୍ନଟ ହୋଇଛନ୍ତି ।​‌

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୪ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩ ଲକ୍ଷ ୯ ହଜାର ୧୦ରେ ପହଞ୍ଚିଛି । ଏବେ ରାଜ୍ୟରେ ୩୯୬୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣା ପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories