www.samajalive.in
Friday, December 12, 2025
16.1 C
Bhubaneswar

କୃମି ନାଶକ ଔଷଧ ଖାଇ ୧୦ରୁ ଊର୍ଦ୍ଧ୍ବ ଶିଶୁ ଅସୁସ୍ଥ ଅଭିଯୋଗ

ଲାଞ୍ଜିଗଡ: ଆଜି ଜାତୀୟ କୃମି ନାଶକ ଦିବସ ଥିବା ବେଳେ କଳାହାଣ୍ଡିର ବିଭିନ୍ନ ସ୍କୁଲ, ଅଙ୍ଗନବାଡିକେନ୍ଦ୍ର ମାନଙ୍କରେ ୧ରୁ ୫ ବର୍ଷର ଶିଶୁମାନଙ୍କୁ ଏଲବେଣ୍ଡଜାଲ ସିରପ ଖାଇବାକୁ ଦିଆଯାଉଥିବା ବେଳେ ୫ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବଟିକା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ ବ୍ଲକ ବାତେର୍ଲିମା ଅଙ୍ଗନବାଡ଼ି କେନ୍ଦ୍ର ଓ ରିହେପ କଲୋନୀ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଏହି ସିରପ ଖାଇବାକୁ ଦିଆଯାଇଥିଲା। ସିରପ ଖାଇବା ପରେ କିଛି ଶିଶୁ ଅସୁସ୍ଥ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଅସୁସ୍ଥ ଶିଶୁମାନଙ୍କୁ ଲାଞ୍ଜିଗଡ଼ ସିଏଚସିରେ ଚିକିତ୍ସା କରାଯାଇଛି।

ସୂଚନାମତେ, ଆଜି କୃମି ନାଶକ ଦିବସ ଅବସରରେ ଲାଞ୍ଜିଗଡ ବ୍ଳକ ବାତେଲିମା ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଶାନ୍ତିଲତା ସାମଲ ଓ ଆଶାକର୍ମୀ ୪୫ ଜଣ ୧ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ଏଲବେଣ୍ଡଜାଲ ସିରପ ଖାଇବାକୁ ଦେଇଥିଲେ। ଦେବାର କିଛି ସମୟ ପରେ ୧୫ ଜଣ ଶିଶୁ ଅସୁସ୍ଥ ହୋଇଥିବା ନେଇ ବିଶ୍ୱନାଥପୁର ସିଏଚସିକୁ ଫୋନ କରିଥିଲେ। ଖବର ପାଇ ବିଶ୍ୱନାଥପୁର ଡାକ୍ତରୀ ଟିମ୍ ଡ଼. ନରେନ୍ଦ୍ର ଦାସଙ୍କ ସମେତ ଅନ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିଶୁ ସୁସ୍ଥ ହୋଇଥିଲେ। ସେହିପରି ବ୍ଳକର ରିହେପ କଲୋନୀ ଅଙ୍ଗନବାଡି କେନ୍ଦ୍ରରେ ୩୦ ଜଣ ଶିଶୁଙ୍କ ମଧ୍ୟରୁ ଆଜି କେନ୍ଦ୍ରରେ ଉପସ୍ଥିତ ଥିବା ୧୭ ଜଣ ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ସରସ୍ୱତୀ ମହାନନ୍ଦ ଓ ଆଶା କର୍ମୀ ନରସୀମା ନାଗ ଏଲବେଣ୍ଡଜାଲ ସିରପ ଖାଇବାକୁ ଦେଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୧୦ ରୁ ୧୨ ଜଣ ଶିଶୁ ଅସୁସ୍ଥ ହେବା ପରେ ଭୟରେ ସିରପ ଖାଇଥିବା ସମସ୍ତ ଶିଶୁଙ୍କୁ ଲାଞ୍ଜିଗଡ ସିଏଚସିରେ ଚିକିତ୍ସା ପାଇଁ ପରିବାର ଲୋକେ ଆଣି ଭର୍ତ୍ତି କରିଥିଲେ। ସିଏଚସି ଡାକ୍ତର ଭବାନୀ ଶଙ୍କର ଲେଙ୍କାଙ୍କ ସମେତ ଟୁନା ପାଣିଗ୍ରାହୀ, ତପନ ସାହୁ ଅସୁସ୍ଥ ଶିଶୁଙ୍କୁ ଏଭିଲ ଓ ଡେକସୋନା ଇଂଜେକ୍ସନ ଦେବା ପରେ ଶିଶୁମାନେ ସୁସ୍ଥ ହୋଇଥିଲେ। ଖବର ପାଇ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ସିଏସଆର ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ବେଦାନ୍ତ ମେଡ଼ିକାଲ ମୁଖ୍ୟ ଅକ୍ଷୟ ସାହୁ, ବଶନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ, ଜଗନ୍ନାଥପୁର ସମିତି ସଭ୍ୟ ପ୍ରଦୀପ ମାଝୀ, ବିଶ୍ୱନାଥପୁର ପିଏଚଇଓ ଦିବାକର ପ୍ରଧାନ, ବେଦାନ୍ତ ମେଡ଼ିକାଲ ପରିଚାଳନା ଅଧିକାରୀ ଅମର ମହାନ୍ତି, ଅଙ୍ଗନବାଡି ସୁପରଭାଇଜର ଜୋସ୍ନା ମିଶ୍ରଙ୍କ ସମେତ ଅନ୍ୟମାନଙ୍କ ଉପସ୍ଥିତିରେ ଶିଶୁ ସୁସ୍ଥ ହେବା ପରେ ନିଜ ନିଜ ଘରକୁ ପରିବାର ଲୋକେ ନେଇଥିଲେ। କେଉଁ କାରଣରୁ ଏଭଳି ହେଲା ଏହାକୁ ନେଇ କୌଣସି ସୂଚନା ମିଳି ପାରିନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories