www.samajalive.in
Friday, December 12, 2025
15.1 C
Bhubaneswar

ବ୍ୟାଙ୍କ ତରଫରୁ ପଣ୍ଡିତ ଦାଶରଥି ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରତିଯୋଗିତା

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋସ୍ଥିତ ପଣ୍ଡିତ ଦାଶରଥି ବାଳିକା ଉଚ୍ଚ ବିଦ୍ୟାଳୟରେ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସିକୋ ଶାଖା ତରଫରୁ ଶୁକ୍ରବାର ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନ ପ୍ରତିଯୋଗିତାରେ ସୁତପା ସାହୁ, ସାଗରିକା ସାମନ୍ତରାୟ ଏବଂ ଲକ୍ଷ୍ମୀପ୍ରିୟା ଦାସ ଯଥାକ୍ରମେ ୧ମ, ୨ୟ ଏବଂ ୩ୟ ସ୍ଥାନ ଅଧିକାର କରିଥିବାବେଳେ ସଙ୍ଗୀତ ପ୍ରତିଯୋଗିତାରେ ଲକ୍ଷ୍ମୀପ୍ରିୟା ରାଉତରାୟ, ଶୁଭଲକ୍ଷ୍ମୀ ସାହୁ ଏବଂ ଶୁଭସ୍ମିତା ପ୍ରଧାନଙ୍କୁ ୧ମ, ୨ୟ ଏବଂ ୩ୟ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଗ୍ରାମ୍ୟବ୍ୟାଙ୍କ ଶାଖା ପରିଚାଳକ ପ୍ରିୟତ ପ୍ରିୟରଞ୍ଜନ ମୁଖ୍ୟ ଅତିଥି, ସହ ପରିଚାଳକ ସ୍ମୃତି ସୌରଭ ସାହୁ ମୁଖ୍ୟ ବକ୍ତା ଏବଂ କୋଷାଧ୍ୟକ୍ଷ ଅନୀଲ କେରକେଟା, କିଶୋର କୁମାର ବେହେରା, ବେବି ରୂପାଲି ରାଉତରାୟ ଏବଂ ଗୀତାଞ୍ଜଳି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କବିତା ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ପ୍ରଶାନ୍ତ ମାନସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories