www.samajalive.in
Monday, December 15, 2025
16.1 C
Bhubaneswar

ଶ୍ରୀ ଭରତ ପତି ମହାବିଦ୍ୟାଳୟରେ ୪୩ତମ ପ୍ରତିଷ୍ଠା ଦିବସ ପାଳିତ

ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଶ୍ରୀ ଭରତ ପତି ମହାବିଦ୍ୟାଳୟରେ ଶୁକ୍ରବାର ୪୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ। ସମ୍ମାନୀତ ଅତିଥି ଭାବେ କଲେଜ ପ୍ରତିଷ୍ଠାତା ପରିବାର ସଦସ୍ୟ ଭାସ୍କର ପତି ଓ ଆଲୁମିନା ସଭାପତି ରାଧାନାଥ ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟାପକ ଡଃ ଅଶୋକ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ସୁଧାକର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ।

ନିର୍ଦ୍ଦେଶକ ରାଜ ଗୋପାଳ ପାଢିଙ୍କ ନିର୍ଦ୍ଦେଶିତ ନାଟକ ଶାପିତ ପୁତ୍ର କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିବା ବେଳେ ଅନେକ ଛାତ୍ର ଛାତ୍ରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିବାବେଳେ ଶିକ୍ଷାବିତ୍ ଦିଲ୍ଲୀପ କୁମାର ପଣ୍ଡା ଓ ରାଜ ଗୋପାଳ ପାଢିଙ୍କୁ ସମ୍ମାନିତ କରାଯାଇଥିଲା। ନାଟକ କାର୍ଯ୍ୟକ୍ରମରେ ନୀଳାଚଳ ପଟ୍ଟନାୟକ ଓ ମାଧବ ବାଡତ୍ୟା ଅଧ୍ୟାପକ ଶ୍ରୀନିବାସ ରାଓ ସହଯୋଗ କରିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories