www.samajalive.in
Sunday, December 7, 2025
15.1 C
Bhubaneswar

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୪ ତମ ପ୍ରତିଷ୍ଠା ଦିବସ ଓ ମେଧା ସମ୍ବର୍ଦ୍ଧନା ଉତ୍ସବ

ସାକ୍ଷୀଗୋପାଳ:  ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ସ୍ୱାଧୀନତା ପରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ରୂପେ ପରିଚିତ ଉଚ୍ଚ ବିଦ୍ୟାଳୟର ୧୧୪ ତମ ପ୍ରତିଷ୍ଠା ଦିବସ ଓ ମେଧା ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଓ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇ କାର୍ୟ୍ୟକ୍ରମ ଉଦଘାଟନ କରା ଯାଇଥିଲା । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ବ୍ଲକ ଶିକ୍ଷାଧିକାରୀ ଭବମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ଆଲୁମୁନି କମିଟି ସଭାପତି କିଶୋର ଚନ୍ଦ୍ର ମହାପାତ୍ର, ଜୟପୁର ସରପଞ୍ଚ ଆରାଧନା ସାମନ୍ତରାୟ ଓ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ, ସ୍ୱାଧୀନତା ପୂର୍ବରୁ ସତ୍ୟବାଦୀ ଯୁଗର ପଞ୍ଚସଖା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷାବିତ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୂର ନିମନ୍ତେ ଉଦ୍ୟମ କରିଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ୟ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟକୁ ଜାତୀୟ ସ୍ମାରକୀ ରୂପେ ମାନ୍ୟତା ପ୍ରଦାନ କରିବା ନିମନ୍ତେ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିବା ନିମନ୍ତେ ପ୍ରକାଶ କରିଥିଲେ । ଏଥି ସହିତ ଜାତିର ଜନକ ମହାତ୍ମା ଗାନ୍ଧୀ ଅବସ୍ଥାନ କରିଥିବା ସମସ୍ତ ସ୍ଥାନକୁ ସରକାର ଜାତୀୟ ସ୍ମାରକୀ ମାନ୍ୟତା ପ୍ରଦାନ କରିଛନ୍ତି  । ମାତ୍ର ଗାନ୍ଧିଜୀ ୨ ଥର ଅବସ୍ଥାନ କରିଥିବା ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ଆଜି ପର୍ୟ୍ୟନ୍ତ ଜାତୀୟ ସ୍ମାରକୀ ମାନ୍ୟତା ପାଇ ପାରିନାହିଁ  । ଏଥି ନିମନ୍ତେ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ ।
ସେହିପରି ଜୟପୁର ସରପଞ୍ଚ ଆରାଧନା ସାମନ୍ତରାୟ ସ୍ବର୍ଗତ ପ୍ରଭାତ ଚନ୍ଦ୍ର ସାମନ୍ତରାୟ ସ୍ମୃତି ସମ୍ମାନଗତ ମାଟ୍ରିକ ପରୀକ୍ଷାରେ A 1 ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା  । ଶିକ୍ଷକ ବିଜୟ କୁମାର ପରିଡା ଅତିଥି ପରିଚୟ ଓ ପୁରସ୍କାର ପ୍ରଦାନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ସତ୍ୟବାଦୀ ଦାସ ସ୍ୱାଗତ ଭାଷଣ, କାର୍ୟ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories