www.samajalive.in
Thursday, December 11, 2025
16.1 C
Bhubaneswar

ମୋବାଇଲ ଗେମ୍‍ ବଢାଉଛି ମାନସିକ ଭିନ୍ନକ୍ଷମତା: ପିତା, ମାତା ଓ ଭଉଣୀଙ୍କ ହତ୍ୟା ପରେ ଯୁବକଙ୍କ ଜବାନବନ୍ଦୀ

ନୂଆଦିଲ୍ଲୀ: ପିତା-ମାତା ଓ ଭଉଣୀକୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୧୯ବର୍ଷିୟ ଯୁବକର ମୋବାଇଲ ଅନ ଲାଇନ ଗେମ୍‍ ‘ପବଜୀ'(ପିୟୁବିଜି) ଖେଳିବାର ଅଭ୍ୟାସ ପାଲଟିଥିଲା। ଖେଳର ନିଶା ଏମିତି ଥିଲା ଯେ ଯୁବକ ଜଣକ ମେହେରୋଲିଠାରୁ ଏକ ଭଡ଼ା ଘର ନେଇଥିଲେ। ଏହି ଘରେ କଲେଜ କ୍ଲାସ ଛାଡ଼ି ଯୁବକ ଜଣକ ବନ୍ଧୁମାନଙ୍କ ସହ ମିଶି ଭିଡିଓ ଗେମ୍‍ ଖେଳୁଥିଲେ। ଏହି ମାମଲାର ତଦନ୍ତ କରୁଥିôବା ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସୂଚନା ଅନୁଯାୟୀ ସୁରଜ ବର୍ମା ବୁଧବାର ସକାଳେ ନିଜ ପିତା ମିଥିଳେଶ, ମାତା ସିୟା ଓ ଭଉଣୀଙ୍କୁ ହତ୍ୟା କରିବା ପରେ ଘର ମଧ୍ୟରେ ଆସବାବ ପତ୍ରକୁ ଏଣେତେଣେ ଫିଙ୍ଗି ଦେଇଥିଲେ। ଅଜଣା ଦୁବୃତ୍ତ ଲୁଟ୍‍ ଉଦ୍ଦେଶ୍ୟରେ ଏଭଳି ହତ୍ୟାକାଣ୍ଡ କରିଥିବା ସନ୍ଦେହ ସୃଷ୍ଟି କରିବା ଅଭିପ୍ରାୟରେ ସୁରଜ ଏଭଳି କାଣ୍ଡ କରିଥିଲା। ତେବେ ସୁରଜର ଏଭଳି ଅଭିପ୍ରାୟ ପୁଲିସ ବୁଝିବା ସହ ବୁଧବାର ସନ୍ଧ୍ୟାରେ ସୁରଜକୁ ଗିରଫ କରିଥିଲା ପୁଲିସ।
ତଦନ୍ତରେ ସୁରଜଙ୍କ ହ୍ୱାଟ୍ସଆପ୍‍ ଗ୍ରୁପ ହତ୍ୟାର ଗୁମର ଖୋଲିଥିଲା। ଏହି ଗ୍ରୁପରେ ୯ରୁ ୧୦ଜଣ ସାଙ୍ଗ ରହିଛନ୍ତି। ଏହି ଗ୍ରୁପରେ ଝିଅ ମଧ୍ୟ ଥିଲେ ସମସ୍ତେ ପବଜୀ ଗେମ୍‍ ଦ୍ୱାରା ପରସ୍ପର ସହ ଯୋଡ଼ି ହୋଇ ରହିଥିଲେ। ବିଳମ୍ବରେ ଘରକୁ ଫେରିବା ଓ ସାଙ୍ଗ ସାଥିଙ୍କୁ ଘରେ ଆଣିବାକୁ ସୁରଜଙ୍କ ପିତା-ମାତା ବିରୋଧ କରୁଥିଲେ। ଏହାକୁ ନେଇ ସୁରଜଙ୍କ ସହ ତାଙ୍କ ପରିବାରବର୍ଗ ମଧ୍ୟରେ ବିବାଦ ଥିଲା। ୧୨ଶ୍ରେଣୀରେ ଥରେ ଫେଲ ହେବା ପରେ ସୁରଜ ନିଶା ସେବନ କରିବା ଆରମ୍ଭ କରିଦେଇଥିଲା।
ପିତା-ମାତାଙ୍କ ବାରମ୍ବାର ବାରଣରେ ଅତିଷ୍ଠ ହୋଇ ପଡ଼ିଥିଲେ ସୁରଜ। ତେଣୁ ସେମାନଙ୍କୁ ହତ୍ୟା କରିବାକୁ ଯୋଜନା ମୁତାବକ ଛୁରୀ କିଣି ହତ୍ୟାର ଷଢଯନ୍ତ୍ର କରିଥିଲେ ଏହି ଯୁବକ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories