www.samajalive.in
Thursday, December 11, 2025
16.1 C
Bhubaneswar

ପାକ୍‍ ଆଇଏସଆଇ ବିରୋଧରେ ମନ୍ତବ୍ୟ ଦେଇ ହାଇକୋର୍ଟ ଜଜ୍‍ ବରଖାସ୍ତ

ନୂଆଦିଲ୍ଲୀ: ପାକିସ୍ତାନରେ ଆଇଏସଆଇର ପ୍ରଭାବ କେତେ? ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଆଇଏସଆଇ ବିରୋଧରେ ଟିପ୍ପଣୀ କରିବା ଦ୍ୱାରା ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲ୍ୱୀ ହାଇକୋର୍ଟର ଜଣେ ବିଚାରପତିଙ୍କୁ ବରଖାସ୍ତ କରିଦେଇଛନ୍ତି।
ପାକ୍‍ ରାଷ୍ଟ୍ରପତି ଆରିଫ ଅଲ୍ୱୀ ଗୁରୁବାର ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ଜନୈକ ବିଚାରପତିଙ୍କୁ ବରଖାସ୍ତ କରିଦେଇଛନ୍ତି। ଏକ ଉଚ୍ଚସ୍ତରୀୟ ସାମ୍ବିଧାନିକ ପିଠ ଗଠନ ସମୟରେ ଆଇଏସଆଇ ଉପରେ ବିଚାରପତିଙ୍କ ଟିପ୍ପଣୀ ହେତୁ ତାଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି। ଉଚ୍ଚ ନ୍ୟାୟାଳୟର ବିଚାରପତି ଶୌତକ ଅଜିଜ ସିଦ୍ଦିକୀଙ୍କୁ ବରଖାସ୍ତ କରାଯାଇଛି।
ରାବଲପିଣ୍ଡିଠାରେ ଅନୁଷ୍ଠିତ ବାର ଆସୋସିଏସନ୍‍କୁ ସମ୍ବୋଧୀତ କରିବାକୁ ଯାଇ ବିଚାରପତି ଜଣକ ନ୍ୟାୟମୂତ୍ତିି ପ୍ୟାନେଲ ଗଠନ କ୍ଷେତ୍ରରେ ଆଇଏସଆଇ ହସ୍ତକ୍ଷେପ କରୁଛି ବୋଲି ମନ୍ତବ୍ୟ ହେତୁ ତାଙ୍କୁ ବରଖାସ୍ତ ହେବାକୁ ପଡ଼ିଛି। ପାକିସ୍ତାନ ସେନା ପକ୍ଷରୁ ବିଚାରପତିଙ୍କ ଏଭଳି ମନ୍ତବ୍ୟ ବିରୋଧରେ ପ୍ରଧାନ ବିଚାରପତିଙ୍କୁ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ କରାଯାଇ ଥିଲା। ତେବେ ପ୍ରଧାନ ବିଚାରପତି ଉକ୍ତ ଆବେଦନକୁ ଖାରଜ କରିଦେବାରୁ ସେନା ପକ୍ଷରୁ ରାଷ୍ଟ୍ରପତିଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇ ଥିଲା।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories