www.samajalive.in
Sunday, December 14, 2025
14.1 C
Bhubaneswar

ତାଲୁକ ଆଇନସେବା କମିଟି ତରଫରୁ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ପରାମର୍ଶ

ବଡ଼ମ୍ବା: ଜାତିବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଜାତୀୟ ପତାକା ଉଡ଼ାଇବା ଏକ ଗୌରବ ମୁହୂର୍ତ୍ତ। ବିଶେଷକରି ଆମ ଦେଶ ଯେତେବେଳେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି ସେହି ଅବସରରେ ଅମୃତମହୋତ୍ସବ ଦେଶବ୍ୟାପୀ ପାଳନ କରାଯାଇଛି। ଏହି ବିଶେଷ ଅବସରରେ ଆସନ୍ତା ୧୩, ୧୪ ଏବଂ ୧୫ ତାରିଖ ଏହି ତିନିଦିନ ଧରି ଘରେ ଘରେ ଆମ ଜାତୀୟ ପତାକା ତ୍ରିରଙ୍ଗାକୁ ଗର୍ବର ସହ ଉଡ଼ାଇବାକୁ ଆଇନ ବିଭାଗ ତରଫରୁ ଆହ୍ୱାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ମ୍ବା ତାଲୁକ ଆଇନସେବା କମିଟି ତରଫରୁ ହରଘର ତ୍ରିରଙ୍ଗା ଏକ ଜନସଚେତନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିକଶିତ ଏବଂ ବିଶ୍ୱର ଶ୍ରେଷ୍ଠ ଗଣତନ୍ତ୍ର ଭାରତର ପ୍ରତ୍ୟେକ ନାଗରିକ ଆମକୁ ସ୍ୱାଧୀନତା ଦେଇଥିବା ସେହି ଅମର ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବାସହ ସଗୌରବେ ନିଜ ନିଜ ଘରେ ଏବଂ ଅନୁଷ୍ଠାନରେ ୩ଦିନ ଧରି ସମ୍ମାନର ସହିତ ଜାତୀୟ ପତାକା ଉଡ଼ାଇବାକୁ ତାଲୁକ ଆଇନସେବା କମିଟି ତରଫରୁ ପରାମର୍ଶ ଦିଆଯାଇଛି। କମିଟିର ଅଧ୍ୟକ୍ଷ ତଥା ବଡ଼ମ୍ବା ଜୁଡିସିଆଲ ମାଜିଷ୍ଟ୍ରେଟ ଶ୍ରୀକାନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନ କାର୍ଯ୍ୟକ୍ରମରେ ବଡ଼ମ୍ବା ଓକିଲ ସଂଘର ସଭାପତି ଆଇନଜୀବୀ ସନ୍ତୋଷକୁମାର ବେହେରା, ପୂର୍ବତନ ସଭାପତି କୌଳାଶଚନ୍ଦ୍ର ଜେନା, ସରକାରୀ ଓକିଲ ପ୍ରଶନ୍ନକୁମାର ମଲ୍ଲିକ, ଅାଇନଜୀବୀ ଦୁର୍ଗାପ୍ରସାଦ ସାହୁ, ବିଷ୍ଣୁଚରଣ ସାହୁ, ପ୍ରଭାତରଞ୍ଜନ ବଳିଆରସିଂହ, ମନୋଜକୁମାର ପଣ୍ଡା, ସଲିଲକୁମାର ଜେନା ପ୍ରମୁଖ ଯୋଗଦେଇ ଏହି ଉତ୍ସବକୁ ନିର୍ଦ୍ଧାରିତ ତିନିଦିନ ସଗୌରବେ ପାଳିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଆଇନସେବା କମିଟିର କର୍ମକର୍ତ୍ତା ଦିଲିପ କୁମାର ଧଳ, ଶଙ୍କର ନାରାୟଣ ସାହୁ, ବିନୟ କୁମାର ପତି,ମାନସୀରାଣୀ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories