www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଶ୍ୱସ୍ତରରେ ଖର୍ଚ୍ଚ ହେଉଥିବା ରାଶିରେ ଭାରତ ୪ର୍ଥ

ନୂଆଦିଲ୍ଲୀ: ଜାତିସଂଘ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି। ଏହି ତାଲିକା ମୁତାବକ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବା ଦେଶଗୁଡ଼ିକ ମଧ୍ୟରୁ ଭାରତର ସ୍ଥାନ ୪ର୍ଥରେ ରହିଛି। ୧୯୯୮ରୁ ୨୦୧୭ ମଧ୍ୟରେ ୨୦ବର୍ଷ ସମୟସୀମା ମଧ୍ୟରେ ଭାରତ ୫୯ ଲକ୍ଷ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଛି। ତାଲିକାର ଶୀର୍ଷରେ ଆମେରିକା ୯୪୪.୮ଅରବ ଡଲାର ହୋଇଥିବାବେଳେ ସବୁଠାରୁ କମ୍‍ ମେକ୍ସିକୋ ମାତ୍ର ୪୬.୫ ଅରବ ଡଲାର ଖର୍ଚ୍ଚ କରୁଛି।
ଏହି ତାଲିକାକୁ ତର୍ଜମା କଲେ ବିଶ୍ୱର ଧନୀ ଦେଶଗୁଡ଼ିକରେ ପ୍ରାକୃତିକ ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷତି ହେଉଥିବାବେଳେ ଗରୀବ ରାଷ୍ଟ୍ରଗୁଡ଼ିକ ଏହି ତୁଳନାରେ କମ୍‍ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବିଗତ ୨୦ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର କ୍ଷୟକ୍ଷତିକୁ ତର୍ଜମା କଲେ ଧନୀ ରାଷ୍ଟ୍ରଗୁଡ଼ିକ ୫୩ପ୍ରତିଶତ କ୍ଷତିଗ୍ରସ୍ତ ହେଉଥିବାବେଳେ ଗରିବ ରାଷ୍ଟ୍ରଗୁଡ଼ିକ କେବଳ ୧୦ ପ୍ରତିଶତ କ୍ଷତିର ସମ୍ମୁଖୀନ ହେଉଛନ୍ତି।
୨୦ବର୍ଷ ମଧ୍ୟରେ ମୁଖ୍ୟ କ୍ଷତିଗୁଡ଼ିକ ମଧ୍ୟରୁ ୯୧ପ୍ରତିଶତ ପ୍ରାକୃତିକ ବିପର୍ଯ୍ୟସ୍ତ ପାଇଁ ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତନ୍ମଧ୍ୟରୁ ୪୩.୩ପ୍ରତିଶତ ବନ୍ୟା ପାଇଁ କ୍ଷତି ଘଟୁଥିବାବେଳେ ୨୮.୨ ପ୍ରତିଶତ ବାତ୍ୟା ପାଇଁ କ୍ଷତିଗ୍ରସ୍ତ ହେଉଛି। ଉଭୟ କାରଣ ପାଇଁ ସର୍ବାଧିକ ଜନଧନର କ୍ଷତି ଘଟୁଛି। ୨୦ବର୍ଷ ମଧ୍ୟରେ ୫୬୩ଟି ଭୂମିକମ୍ପ ଓ ସୁନାମୀ ଘଟଣାରେ ୭.୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ସଂଖ୍ୟା ମୋଟ୍‍ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟାର ୫୬ ପ୍ରତିଶତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories