www.samajalive.in
Saturday, December 13, 2025
14.1 C
Bhubaneswar

ତିତଲି ପ୍ରଭାବ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁବା ପରେ ‘ତିତଲି’ ଗତ ୧୧ ତାରିଖ ସକାଳୁ ଯେଭଳି ତାଣ୍ଡବ ରଚିବ ବୋଲି କଳନା କରାଯାଇଥିଲା ଅପରାହ୍ଣରେ ସେହି ଆଶଙ୍କା ଦୂର ହୋଇଥଲା। କିନ୍ତୁ ରାତି ୮ଟା ପରେ ‘ତିତଲି’ ତାର ପ୍ରକୃତ ରୂପ ଦେଖାଇଛି। ପବନର ବେଗ କମ ରହିଥିବାରୁ କେବଳ ଗଜପତି ଓ ଗଞ୍ଜାମ ଜିଲାର କେତେକ ଅଞ୍ଚଳକୁ ବାଦ୍‍ ଦେଲେ ବାତ୍ୟା କ୍ଷୟକ୍ଷତି ସେତେଟା ହୋଇ ନାହିଁ। କିନ୍ତୁ ୧୧ ତାରିଖ ରାତି ୮ଟା ପରେ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସମଗ୍ର ରାଜ୍ୟ ପ୍ରଭାବିତ ହୋଇଛି। ବିଶେଷକରି ଉପକୂଳ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ଏହାପରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି।
ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଦେଇଥିବା ସୂଚନା ଅନୁଯାୟୀ, ‘ତିତଲି’ ଜନିତ ପ୍ରବଳ ବର୍ଷା ଯୋଗୁଁ ଗଜପତି, ଗଞ୍ଜାମ ଓ ରାୟଗଡ଼ା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସେହି ସବୁ ଜିଲାର ଜିଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ବିପନ୍ନ ଲୋକଙ୍କୁ ତୁରନ୍ତ ଉଦ୍ଧାର ଓ ରିଲିଫ୍‍ ସହିତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ବନ୍ୟା ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଦୁଇଟି ହେଲିକପ୍ଟର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଖୁବ୍‍ଶୀଘ୍ର ବିଶାଖାପଟ୍ଟନମରୁ ଦୁଇଟି ହେଲିକପ୍ଟର ଆସୁଛି। ୭ ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ସେହିପରି ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ଘାଇ ସୃଷ୍ଟି ହୋଇଛି। ୧୬ଟି ବ୍ଲକ୍‍ରେ ୨୦୦ମିମି ବର୍ଷା ହୋଇଥିବା ବେଳେ ୭୮ଟି ବ୍ଳକ୍‍ରେ ୧୦୦ ମିମି ବର୍ଷା ହୋଇଛି। ଜି ଉଦୟଗିରିରେ ସର୍ବାଧିକ ୩୫୧ ମିମି ବର୍ଷା ହୋଇଛି। ଗଞ୍ଜାମ ଜିଲାର ସଦରମହକୁମା ସହିତ ଆସିକା, ପୁରୁଷୋତ୍ତମପୁର, ଧରାକୋଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଞ୍ଜାମ ଜିଲାର ୫ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories