www.samajalive.in
Sunday, December 14, 2025
23.1 C
Bhubaneswar

ବସ୍ ଧକ୍କାରେ ମୋପେଡ଼୍‌ ଆରୋହୀ ମୃତ

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଗୁରୁପାଲି ନିକଟରେ ବୁଧବାର ସକାଳ ପ୍ରାୟ ୫ଟା ସମୟରେ ଏକ ଦ୍ରୁତଗାମୀ ବସ୍ ଧକ୍କାରେ ଜଣେ ମୋପେଡ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ହରିଶଙ୍କର ବେହେରା(୬୪)। ମୃତ ଶଙ୍କର ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ବନହରପାଲି ଥାନା ଅନ୍ତର୍ଗତ ତିଳିଆ ଗ୍ରାମପଞ୍ଚାୟତ ଅଧିନସ୍ଥ ଫଟାପାଲି ଗ୍ରାମର ବାସିନ୍ଦା ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ହରିଶଙ୍କର ବେହେରା ଲପଙ୍ଗା ନିକଟସ୍ଥ ଶରଧାପାଲିଠାରେ ଥିବା ତାଙ୍କ ଝିଅ ଘରକୁ ଆସିଥିଲେ। ଆଜି ସକାଳୁ ସେ ତାଙ୍କର ଟିଭିଏସ୍ ଏକ୍ସଏଲ୍ ମୋପେଡରେ ନିଜ ଗାଁ ଫଟାପାଲିକୁ ଫେରୁଥିବା ବେଳେ ଗୁରୁପାଲି ପାଖରେ ଝାରସୁଗୁଡା ପଟରୁ ସମ୍ବଲପୁର ଅଭିମୁଖେ ଆସୁଥିବା ଦ୍ରୁତଗାମୀ ବସ୍ ହରିଶଙ୍କରଙ୍କ ଟିଭିଏସକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇ ଚେତା ହରାଇ ପଡ଼ିଥିଲେ। ସଜ୍ଞାହୀନ ଅବସ୍ଥାରେ ତାଙ୍କୁ ବୁର୍ଲା ଡାକକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବସକୁ ରେଙ୍ଗାଲି ପୁଲିସ ଜବତ କରିଥିବା ଜଣାପଡିଛି। ବସ୍ ଚାଳକଙ୍କ ବେପରୁଆ ଏବଂ ଦ୍ରୁତଗତିରେ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ରେଙ୍ଗାଲି ଥାନାରେ ମୃତ ହରିଶଙ୍କରଙ୍କ ନାତି ଦ୍ରୋଣ ପସାୟତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯାଇ ଦୁର୍ଘଟଣାର ତଦନ୍ତ ଜାରି ରହିଛି ବୋଲି ରେଙ୍ଗାଲି ଆଇଆଇସି ଧବଳେଶ୍ୱର ସାହୁ କହିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories