www.samajalive.in
Sunday, December 14, 2025
19.1 C
Bhubaneswar

ବାଙ୍କୀ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବାଙ୍କୀ : ବାଙ୍କୀ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବୁଧବାର ଦିନ ଏକ ତ୍ରିରଙ୍ଗା ଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାହାଡାପଦା ବାବା ବକ୍ରେଶ୍ୱରୀ ଶିବ ମନ୍ଦିର ପ୍ରାଙ୍ଗଣରୁ ବାଙ୍କୀ ବିଜେପିର କାର୍ଯ୍ୟକର୍ତ୍ତା ମାନେ ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇ ବାଙ୍କୀ ସହର ପରିକ୍ରମା କରିଛନ୍ତି । ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ହାତରେ ତ୍ରିରଙ୍ଗା ପତାକା ପ୍ରଦର୍ଶନ କରି ନଗର ପରିକ୍ରମା କରିବା ସମୟରେ ଛକ ସ୍ଥାନରେ ହର ଘର ତ୍ରିରଙ୍ଗା ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିଛନ୍ତି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବକୁ ସଫଳ କରିବା ପାଇଁ ଅଗଷ୍ଟ ୧୩ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତି ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଜାଗରଣ ସୃଷ୍ଟି କରାଯାଇଛି । ଏହି ଅବସରରେ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ସଂଗ୍ରାମ ବିଭୂତିରାୟ, ଅଜିତ କୁମାର ସୁବୁଦ୍ଧି, ଜଗନ୍ନାଥ ନାୟକ, ବିନୋଦ ଦାସ, ପ୍ରସନ୍ନ ସ୍ୱାଇଁ, ବିପ୍ରବର ଲେଙ୍କା, ବିଜୟ ବରାଡ, ବୁଲୁ ସ୍ୱାଇଁ, ବାବୁ ସ୍ୱାଇଁ, ଗୌରାଙ୍ଗ ବାରିକ, ନିରୋଜ ସ୍ୱାଇଁ, ପଦ୍ମଲୋଚନ ବେହେରା, ସୁବାଷ ଦଳେଇ, ରମୁନାଥ ଦଳେଇ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories