BJD Bijuli 480×75 Mob

ଲାଞ୍ଚ ନେଇ ଧରାପଡ଼ିଲେ ଅଚ୍ୟୁତପୁର ଆରଆଇ

BJD Bijuli 480×75 Mob

ଭୁବନେଶ୍ବର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲା ଟାଙ୍ଗୀ ତହସିଲ ଅଚ୍ୟୁତପୁର ରାଜସ୍ବ ନିରୀକ୍ଷକ ଗୌରାଙ୍ଗ ଶବର। ଜମିପଟ୍ଟା କାଗଜ ପତ୍ର କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ ଗୌରାଙ୍ଗ ଶବର। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଚଢାଉ କରି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହାପରେ ଆରଆଇଙ୍କ ପୈତୃକ ଘର ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।

Comments are closed.