www.samajalive.in
Sunday, December 14, 2025
15.1 C
Bhubaneswar

ତିତ୍‍ଲି ପ୍ରଭାବରେ ବିଭିନ୍ନ ଜିଲାର ପରିସ୍ଥିତି ଶୋଚନୀୟ : ନୟାଗଡ଼ ଓ ଫୁଲବାଣୀରେ ଭାସିଗଲେ ଯୁବକ

କଟକ/ନୟାଗଡ଼/ଫୁଲବାଣୀ/ପାରଳାଖେମୁଣ୍ଡି : ତିତ୍‍ଲି ପ୍ରଭାବରେ ବିଭିନ୍ନ ଜିଲାର ପରିସ୍ଥିତି ଗମ୍ଭୀର ହୋଇଛି। ଗଜପତି ଜିଲାର ବିଭିନ୍ନ ସ୍ଥାନରେ ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି। ପାରଳାଖେମୁଣ୍ଡିର ୧୫ଟି ସାହିରେ ବର୍ଷା ଜଳ ପଶିବା ସହ ନୂଆ କେରାଣ୍ଡି, ପୁରୁଣା କେରାଣ୍ଡି, ଡାଳିମ୍ଭପୁର ଓ ଅମରା ଅଞ୍ଚଳରେ ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଜିଲାର ତଳିଆ ଅଞ୍ଚଳ ସହ ବିଭିନ୍ନ ସ୍ଥାନରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ରାସ୍ତା ଉପରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ବିଭିନ୍ନ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମହେନ୍ଦ୍ରତନୟା ନଦୀର ଜଳସ୍ତର ବଢିବାରେ ଲାଗିଛି। ଏଥିସହିତ ପାରଳାଖେମୁଣ୍ଡି-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଅନ୍ୟପକ୍ଷରେ ନୟାଗଡ଼ ଜିଲା ଲଣ୍ଡାପାଦୁ ଗ୍ରାମରେ ନଦୀରେ ଜଣେ ଯୁବକ ଭାସି ଯାଇଥିବା ଜଣାପଡ଼ିଛି।
ବର୍ଷା ଯୋଗୁଁ ଫୁଲବାଣୀରେ ସାଲୁଙ୍କି ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଭାଲିଆପଦାର ୨ଟି ପରିବାରକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି।
ଲଗାଣ ବର୍ଷା ଯୋଗୁଁ ରାଇକିଆ ବ୍ଲକ୍ ବାକିଙ୍ଗିଆ ଗ୍ରାମର ମୁଖ୍ୟ ରାସ୍ତା ପୋଲ ଭାସି ଯାଇଛି। ଦାରିଙ୍ଗବାଡ଼ି ବ୍ଲକ୍ର ବାଡ଼ାବାଙ୍ଗା ପୋଲ ଉପରେ ବର୍ଷା ପାଣି ଚାଲୁଥିବାରୁ ରାଇକିଆରୁ ସିମନବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହିତ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସେବା ବନ୍ଦ ହେବା ଯୋଗୁଁ ମୋବାଇଲ୍ ସେବା ବାଧାପ୍ରାପ୍ତ ହୋଇଛି। ଯଦ୍ୱାରା ଲୋକେ ୧୦୮ ଆମ୍ୱୁଲାନ୍ସସକୁ ଫୋନ୍ କରିପାରୁ ନାହାନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଲୋକେ ପ୍ରଶାସନକୁ ଖବର ଦେବା ସମ୍ଭବ ହେଉ ନଥିବା ଜଣାପଡ଼ିଛି।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମଧୁପୁର ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ମାଟି ଘର ଧସିଯିବାରୁ ବାପଝିଅ ଆହତ ହୋଇଛନ୍ତି। ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।  ସେହିପରି କନ୍ଧମାଳ ଜିଲା ସଦରମହକୁମା ଫୁଲବାଣୀ ପେଞ୍ଜିସାହି ନଳା​ରେ ଜଣେ ଯୁବକ ଭାସି ଯାଇଛନ୍ତି। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories