ବିଶ୍ୱ ଆଦିବାସୀ ଦିବସ ପାଳିତ

ସମ୍ବଲପୁର – ସମ୍ବଲପୁରର ଅଇଁଠାପାଲି ଛକ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ଅଇଁଠାପାଲି ଛକ ସ୍ଥିତ ସ୍ୱାଧିନତା ସଂଗ୍ରାମୀ ତଥା ବିପ୍ଲବି ବୀର ବୀର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଏହି ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲା ବିଜେଡିର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଡ. ପ୍ରମୋଦ ରଥ ଓ ମାଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଅତିଥି ରୂପେ ଯୋଗ ଦେଇଥିଲେ । ଆଦିବାସୀ କଲ୍ୟାଣ ମହାଂଘ ସମ୍ବଲପୁର ଓ ବୀର ବିର୍ସା ମୁଣ୍ଡା ବିକାଶ ସଂଘ ଦେହେରିପାଲି ତରଫରୁ ମିଳିତ ଭାବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିବାସ ଦିବସରେ ସେମାନଙ୍କୁ ହକ ଅଧିକାର ପ୍ରଦାନ ଦାବିକୁ ନେଇ ଜନ ଜାଗରଣ ସୃଷ୍ଟି ପାଇଁ ଆହୁରୀ ପ୍ରଚେଷ୍ଟା କରାଯିବାର ଆବଶ୍ୟକତା ରହିଛି ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ମହାସଂଘ ସମ୍ବଲପୁରର ସଭାପତି କିଶୋର ମୁଣ୍ଡା, ଉପ ସଭାପତି ନିଳାମ୍ବର ମୁଣ୍ଡା, ସମ୍ପାଦକ ରାଜେଶ ମୁଣ୍ଡା, କୋଷାଧ୍ୟକ୍ଷ ସଞ୍ଜବ ମୁଣ୍ଡା, ବୀର ବିର୍ସା ମୁଣ୍ଡା ବିକାଶ ସଂଘ ଦେହେରିପାଲିର ସଭାପତି ଗୋଲ ମୁଣ୍ଡା, ଉପ ସଭାପତି ସନ୍ତୋଷ ମୁଣ୍ଡା, ସଦସ୍ୟ ଧରଣୀଧର ମୁଣ୍ଡା, ମହାଦେବ ମୁଣ୍ଡା ଙ୍କ ସମେତ ଶତାଧିକ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।

 

Comments are closed.