www.samajalive.in
Sunday, December 7, 2025
18.1 C
Bhubaneswar

ବେଙ୍ଗାଲୁରୁରେ ଚିଟ୍‌ଫଣ୍ଡ ଖୋଲି ଲୁଟିଥିଲେ ୯୦ ଲକ୍ଷ

ତିହିଡ଼ି : ବେଙ୍ଗାଲୁରୁର କାମାକ୍ଷୀପାଲିଆ ପୁଲିସ ବୁଧବାର ରାତିରେ ଭଦ୍ରକ ଜିଲାର ତିହିଡ଼ି ଅଞ୍ଚଳରେ ପହଞ୍ଚି ୯୦ ଲକ୍ଷ ଟଙ୍କା ଠକି ପଳାଇ ଆସିଥିବା ଚାରି ଜଣଙ୍କ ମଧ୍ୟରୁ ଜଣକୁ ଧରିବାରେ ସକ୍ଷମ ହୋଇଛି। ଅନ୍ୟମାନଙ୍କୁ ଧରିବା ଲାଗି ରାତିରେ ଚଢ଼ଉ କରାଯାଇଥିଲେ ହେଁ ତାହା ସମ୍ଭମ ହୋଇପାରିନାହିଁ। ଗିରଫ ଯୁବକଙ୍କୁ ଭଦ୍ରକ କୋର୍ଟରେ ହାଜର କରିବା ପରେ ବେଙ୍ଗାଲୁରୁ ପୁଲିସ ରିମାଣ୍ଡରେ ନେଇଥିବା ଜଣାଯାଇଛି।
ବେଙ୍ଗାଲୁରୁର କାମାକ୍ଷୀପାଲିଆ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ତିହିଡ଼ି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ନିରାକାର ମଲିକଙ୍କ ପୁଅ ସୁବାସ ଚନ୍ଦ୍ର ମଲିକ, ମାନସ ରଞ୍ଜନ ମଲିକ ଏବଂ ସେମାନଙ୍କ ମାମୁ ବାସୁଦେବପୁର ଥାନା ଅଧୀନ କିସ୍ମତକୃଷ୍ଣପୁର ଗ୍ରାମର ସୁଧାକର ବନ୍ଧ ଓ ବିଦ୍ୟାଧର ବନ୍ଧ ସେଠାରେ କାର୍ଯ୍ୟ କରୁଥିବା କିଛି ଲୋକଙ୍କୁ ଚିଟଫଣ୍ଡରେ ଟଙ୍କା ବିନିଯୋଗ କରିବାକୁ ପ୍ରବର୍ତ୍ତାଇ ଥିଲେ। ସେମାନେ ଏକ ସୋସାଇଟି ମଧ୍ୟ ଗଠନ କରିଥିଲେ। ଏହି ଟଙ୍କା ବିନିଯୋଗ କରିବା ଦ୍ୱାରା ଜମାକାରୀଙ୍କୁ ଲାଭ ମିଳିବ ଓ ଆବଶ୍ୟକତା ଅନୁଯାୟୀ ଟଙ୍କା ମଧ୍ୟ ମିଳିବ। ଏଥିରେ ଲୋଭାନ୍ୱିତ ହୋଇ ସେମାନଙ୍କ ନିକଟରେ ଶହେରୁ ଅଧିକ ଲୋକ ମାସିକ ୨ରୁ ୪ ହଜାର ଲେଖାଏଁ ଟଙ୍କା ଜମା କରୁଥିଲେ। ଏଥିପାଇଁ ଭଣଜା ଓ ମାମୁ ରେକର୍ଡ଼ ଲେଖିବା ସହ ନିୟମିତ ମିଟିଂ ମଧ୍ୟ କରୁଥିଲେ ଏବଂ ରୋଟେସନରେ ଜମାକାରୀଙ୍କୁ ଟଙ୍କା ଦେଉଥିଲେ। ସେମାନେ ଏହି ବ୍ୟବସାୟ ଗତ ୧୦ ବର୍ଷ ଧରି କରିଆସୁଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ତେବେ ୬ ମାସ ହେଲା ମିଟିଂ ଓ ଟଙ୍କା ଦେବା ବନ୍ଦ କରିଦିଆଯାଇଥିଲା। ଜମାକାରୀ ଅନୁସନ୍ଧାନ କରିବା ପରେ ୯୦ ଲକ୍ଷ ଟଙ୍କା ନେଇ ଏହି ଚାରି ଜଣ ବ୍ୟକ୍ତି ବେଙ୍ଗାଲୁରୁ ଛାଡ଼ି ପଳାଇଥିବା ଜାଣିବାକୁ ପାଇଥିଲେ। ଜମାକାରୀଙ୍କ ମଧ୍ୟରୁ ବୁଦ୍ଧିଆ ରାଉତ, ରଞ୍ଜନ ବିଶ୍ୱାଳ, ବାବାଜୀ ତେଲି, ଶ୍ରୀକାନ୍ତ ମଲିକ, ବାବାଜୀ ପରିଡ଼ା, ସୁରଜ କୁମାର ମଲିକ, ଦେବେନ୍ଦ୍ର କୁମାର ମଲିକ, ଲିପୁ ପଣ୍ଡା ପ୍ରମୁଖ ସେମାନଙ୍କ ଗ୍ରାମକୁ ଯାଇ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ହେଲେ ସୁବାସ ମଲିକ ଛୁରି ଦେଖାଇ ଧମକଚମକ ଦେଇ ସେମାନଙ୍କୁ ଗ୍ରାମରୁ ତଡ଼ି ଦେଇଥିଲେ। ନିରୁପାୟ ହୋଇ ଏହି ଜମାକାରୀ ସେମାନଙ୍କର କଷ୍ଟ ଉପାର୍ଜିତ ଅର୍ଥ ଫେରି ପାଇବା ପାଇଁ ବେଙ୍ଗାଲୁରୁ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏ ବାବଦରେ ଗିରଫ ଯୁବକଙ୍କ ପ୍ରତିକ୍ରିୟା ନିଆ ଯାଇପାରିନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories