www.samajalive.in
Sunday, December 14, 2025
26.1 C
Bhubaneswar

ବର୍ଷାରେ ଭାଙ୍ଗିଲା ଦୁଇ ଭାଇଙ୍କ ଘର

ପାତ୍ରପୁର : ପାତ୍ରପୁର ତହସିଲର ଗୁଣ୍ଡୁରା ଗ୍ରାମରେ ବର୍ଷାରେ ଦୁଇ ଭାଇଙ୍କ ଦାଣ୍ଡ ଘର ଭାଙ୍ଗି ଯାଇଛି। ସେହି ଦୁଇ ଭାଇ ହେଉଛନ୍ତି ଗ୍ରାମର ଉଜ୍ଜଳ ବାଡତ୍ୟା ଓ ସୁଜନ ବାଡତ୍ୟା। ଗତକାଲି ସନ୍ଧ୍ୟାରୁ ବର୍ଷା ଲାଗି ରହିବା ଫଳରେ ଘରର ମାଟି କାନ୍ଥ ବର୍ଷା ପାଣିରେ ଭିଜି ଯାଇଥିଲା। ଅର୍ଦ୍ଧରାତ୍ରରେ କାନ୍ଥ ଭୁଷୁଡି ପଡିବା ପରେ ଘର ଭାଙ୍ଗିଯାଇଛି। ତେବେ ସୁଜନ ଝିଅ ଘରକୁ ଚାଲି ଯାଇଥିବା ବେଳେ ଉଜ୍ଜ୍ୱଳ ସେହି ଘରେ ଶୋଇ ନଥିଲେ। ଯାହାରି ଫଳରେ ଏକ ଅଘଟଣରୁ ବର୍ତ୍ତି ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଦୁହେଁ ଗରୀବ ପରିବାର ହୋଇଥିବା ବେଳେ ଉଜ୍ଜ୍ୱଳଙ୍କୁ ଆବାସ ଯୋଜନାରେ ଘର ମିଳିନଥିବା ଜଣାଯାଇଛି। ଉଜ୍ଜ୍ୱଳଙ୍କୁ ପକ୍କା ଘର ଯୋଗାଇ ଦେବା ସହ ଉଭୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦୁହେଁ ପ୍ରଶାସନକୁ ନିବେଦନ କରିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories