www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନୀତିଶ କୁମାରଙ୍କ ଇସ୍ତଫା ଘଟଣା ବିହାର ଜନତାଙ୍କ ପ୍ରତି ଧୋକା: ବିଜେପି..

ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ଏବେ ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର.. ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି.. ମଙ୍ଗଳବାର ଅପରାହ୍ନରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଫଗୁ ଚୌହ୍ବାନଙ୍କୁ ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି..

- Advertisement -

ଝାରପଡ଼ା ଜେଲର୍ କଏଦୀଙ୍କୁ ନିଜସ୍ବ କାମରେ ନିୟୋଜିତ କରୁଥିବା ଅଭିଯୋଗ..

ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ .. କଂଗ୍ରେସ-ଆରଜେଡି ସହ ମିଶି ସରକାର ଗଠନ କରିବ ଜେଡିୟୁ..

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଜିଲା ପାଇକମାଲ ସହକାରୀ କୃଷି ଅଧିକାରୀ-ତଥା-ଫର୍ଟିଲାଇଜର ଇନ୍ସପେକ୍ଟର .. ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ କୃଷି ଅଧିକାରୀ-ତଥା-ଫର୍ଟିଲାଇଜର ଇନ୍ସପେକ୍ଟର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି..

ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିବ ପ୍ରବଳ ବର୍ଷା .. ବର୍ଷା ପାଇଁ ଓଡ଼ିଶାର ସମସ୍ତ ବନ୍ଦରକୁ ପାଣିପାଗ ବିଭାଗ ପକ୍ଷରୁ ବିପଦ ସଂକେତ ଜାରି କରାଯାଇଛି .. ରାଜ୍ୟର ୫ ବନ୍ଦର ତଥା ପାରାଦୀପ, ପୁରୀ, ଚାନ୍ଦବାଲି,ଧାମରା, ଏବଂ ଗୋପାଳପୁରକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୩ ନଂ ବିପଦ ସଂକେତ ଜାରି କରାଯାଇଛି..

ଆଜି ରାଜ୍ୟର ୪ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ..  ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ

ମହାରାଷ୍ଟ୍ର କ୍ୟାବିନେଟର ହେଲା ସଂମ୍ପ୍ରସାରଣ… ବିଜେପି ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ଶପଥ ନେଲେ ୧୮ ମନ୍ତ୍ରୀ… ରାଜ ଭବନରେ ଚାଲିଛି ଶପଥ ଗ୍ରହଣ ଉତ୍ସବ… ଶପଥ ସମାରୋହରେ ଉପସ୍ଥିତ ଅଛନ୍ତି ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ… ଦେବେନ୍ଦ୍ରଙ୍କୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢ଼ାଉ… ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍‌ କରୁଛି ଏଫବିଆଇ ଗୁଇନ୍ଦା ସଂସ୍ଥା… ଏନେଇ ଟ୍ୱିଟ୍‌ କରି ନିଜେ ସୂଚନା ଦେଲେ ଟ୍ରମ୍ପ… କହିଲେ, ବିନା ନୋଟିସରେ ହେଉଛି ଯାଞ୍ଚ…

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories