www.samajalive.in
Friday, December 12, 2025
23.1 C
Bhubaneswar

ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ

ବର୍ମିଂହାମ୍‍  :  ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ରାତିରେ ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଏହା ସର୍ବବୃହତ୍‌ ଥିଲା। ଏଥିରେ ୭୨ଟି ଦେଶର ୫୦୦୦ରୁ ଅଧିକ କ୍ରୀଡ଼ାବିତ୍‌ ୮୭୭ ପଦକ ପାଇଁ ପ୍ରତିଯୋଗିତାରେ ମାତିଥିଲେ। ରଙ୍ଗାରଙ୍ଗ ଉଦ୍‌ଯାପନୀ ଉତ୍ସବ ସହ ଏହି କ୍ରୀଡ଼ାରେ ଯବନିକା ପଡ଼ିଛି। ୨୦୨୬ରେ ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟର ମେଲ୍‌ବୋର୍ଣ୍ଣ ସହ ଅନ୍ୟ କିଛି ସହରରେ ଆୟୋଜନ ହେବ। ତେଣୁ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପତାକାକୁ ଭିକ୍ଟୋରିଆର ପ୍ରତିନିଧିଙ୍କୁ ପ୍ରଦାନ କରା ଯାଇଥିଲା।
ବର୍ମିଂହାମ୍‌ର ଆଲେକ୍‌ଜାଣ୍ଡର ଷ୍ଟାଡିୟମ୍‌ରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ୨ୟ ବିଶ୍ବଯୁଦ୍ଧରେ ସର୍ବାଧିକ ବୋମାମାଡ଼ ବର୍ମିଂହାମ୍ ଉପରେ ହୋଇଥିଲା। ଏହାପରେ ଏହି ସହର କିପରି ତା’ର ପୂର୍ବାବସ୍ଥାକୁ ଫେରିଥିଲା; ଏହା ଦେଖାଯିବା ସହ ଉଦ୍‌ଯାପନୀ ଉତ୍ସବ ଆରମ୍ଭ ହୋଇଥିଲା। ପ୍ରଖ୍ୟାତ ବ୍ୟାଣ୍ଡ୍‌ ଡେକ୍ସିଜ୍ ସଂଗୀତ ପରିବେଷଣ କରିବା ପରେ ପ୍ରତିଯୋଗୀ ଦେଶଙ୍କ ଜାତୀୟ ପତାକା ବାହକ ଷ୍ଟାଡିୟମ୍‌କୁ ଆସିଥିଲେ। ଉଦ୍‌ଯାପନୀ ଉତ୍ସବରେ ଟିଟି ତାରକା ଅଚନ୍ତ ଶରତ କମଲ ଓ ବିଶ୍ବ ଚମ୍ପିଅାନ୍‍ ମହିଳା ବକ୍ସର ନିଖତ ଜରିନ୍‌ ଭାରତୀୟ ତ୍ରିରଙ୍ଗା ବହନ କରିଥିଲେ। ପରେ ପ୍ରଖ୍ୟାତ ପପ୍ ଗାୟକ ଆପାଚି ଇଣ୍ଡିଆନ୍‌ଙ୍କ ‘ବୁମ୍‌-ସାକ୍‌-ଏ-ଲାକ୍‌’ ଗୀତ ଦର୍ଶକଙ୍କୁ ସମ୍ମୋହିତ କରିଥିଲା। ପରେ ଏକ ପଞ୍ଜାବୀ ବ୍ୟାଣ୍ଡ୍‌ ଗୀତ ପରିବେଷଣ କରିଥିବା ବେଳେ ଏହାର ତାଳେତାଳେ ଭାଙ୍ଗଡ଼ା ନୃତ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା। ଏହି ଗୀତରେ କ୍ରୀଡ଼ାବିତ୍‌ ଓ ଦର୍ଶକଙ୍କୁ ମଧ୍ୟ ନୃତ୍ୟ କରିବା ଦେଖିବାକୁ ମିଳିଥିଲା। ପରେ ଅନ୍ୟ କଳାକାରଙ୍କ ନୃତ୍ୟ ସଂଗୀତ ସମସ୍ତଙ୍କ ମନୋରଞ୍ଜନ କରିଥିଲା। ପ୍ରଥମଥର ଏହି କ୍ରୀଡ଼ାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଅଧିକ ପଦକ ଥିଲା।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories