www.samajalive.in
Sunday, December 14, 2025
15.1 C
Bhubaneswar

ରାହୁଲ, କୋହଲି ଫେରିଲେ ; ବୁମ୍‌ରା, ହର୍ଷଲ ଆହତ

ନୂଆଦିଲ୍ଲୀ : ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ୟୁଏଇରେ ଏସିଆ କପ୍‌ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଟି-୨୦ ବିଶ୍ବକପ୍‌ ପାଇଁ ଏସୀୟ ଦଳଙ୍କ ପାଇଁ ଏହା ରିହର୍ସଲ ଭଳି ହେବ। ଏସିଆ କପ୍ ପାଇଁ ସୋମବାର ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ଏହି ୧୫ ଜଣିଆ ଦଳକୁ କେ.ଏଲ୍‌. ରାହୁଲ ଓ ବିରାଟ କୋହଲି ଫେରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାରୁ କୋହଲି ବିଶ୍ରାମ ନେଇଥିବା ବେଳେ ଅ‌େ‌ସ୍ତ୍ରାପଚାର ଯୋଗୁଁ ଆଇପିଏଲ୍‌ ପରେ କେ.ଏଲ୍‌. ରାହୁଲ କୌଣସି କ୍ରିକେଟ୍‌ ଖେଳିନଥିଲେ। ଟି-୨୦ ବିଶ୍ବକପ୍‌ ପରେ କୋହଲି ମାତ୍ର ୪ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା ବେଳେ ୧୯ଟିରୁ ବିଶ୍ରାମ ନେଇଥିଲେ।
ଏହାସହ ମନୋନୟନକାରୀ ଦୀପକ ହୁଡାଙ୍କୁ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଭାବେ ରଖିଥିବାରୁ ସଞ୍ଜୁ ସାମ୍‌ସନ ଓ ଶେୟାସ ଆୟର ବାଦ୍‌ ପଡ଼ିଛନ୍ତି। ଆହତ ଥିବାରୁ ଦୁଇ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ଓ ହର୍ଷଲ ପଟେଲଙ୍କୁ ଦଳରେ ସ୍ଥାନ ଦିଆ ଯାଇନାହିଁ। ଫଳରେ ଦଳରେ ୩ ବିଶେଷଜ୍ଞ ପେସ୍ ବୋଲର ଭାବେ ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ ଓ ଆଭେସ୍ ଖାଁ ରହିଥିବା ବେଳେ ୪ର୍ଥ ବିକଳ୍ପ ଭାବେ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ରହିଛନ୍ତି। ଗତ କିଛି ଟ୍ବେଣ୍ଟି୨୦ ଶୃଙ୍ଖଳାରେ ଭାରତୀୟ ଦଳରେ ନିୟମିତ ଭାବେ ରହିଥିବା ଈଶାନ୍ କିଷନ୍‌ଙ୍କୁ ମଧ୍ୟ ବାଦ୍‌ ଦିଆଯାଇଛି। ଦଳରେ ରବୀନ୍ଦ୍ର ଜାଡ଼େଜା, ରବି ବିଷ୍ଣୋଇ, ଯୁଜବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ୍ ଅଶ୍ବିନ ସ୍ପିନର ଭାବେ ଥିବା ବେଳେ ଅକ୍ଷର ପଟେଲଙ୍କୁ ଷ୍ଟାଣ୍ଡବାଇ ତାଲିକାରେ ରଖାଯାଇଛି। ପେସ୍ ବୋଲର ଦୀପକ ଚହର ଦଳକୁ ଫେରିବେ ବୋଲି ଆଶା କରା ଯାଉଥିବା ବେଳେ ତାଙ୍କୁ ଷ୍ଟାଣ୍ଡବାଇ ଭାବେ ରଖାଯାଇଛି। ୨୦୧୮ରେ ଏସିଆ କପ୍‌ ଦିନିକିଆ ଫର୍ମାଟରେ ଖେଳା ଯାଇଥିବା ବେଳେ ଶେଷ ବଲ୍‌ରେ ବାଂଲାଦେଶକୁ ହରାଇ ଭାରତ ଚମ୍ପିଆନ୍ ହୋଇଥିଲା। ଆସନ୍ତା ଏସିଆ କପରେ‌େ‌ ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ମୁକାବିଲା ହେବ।
ଭାରତୀୟ ଟି୨୦ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌. ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ (ୱିକେଟ ରକ୍ଷକ) ଦିନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଆର୍. ଅଶ୍ବିନ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ଆଭେସ୍ ଖାଁ, ଦୀପକ ହୁଡା ଓ ୟୁଜବେନ୍ଦ୍ର ଚହଲ। ଷ୍ଟାଣ୍ଡବାଇ: ଶ୍ରେୟାସ ଆୟର, ଅକ୍ଷର ପଟେଲ ଓ ଦୀପକ ଚହର।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories