www.samajalive.in
Saturday, December 13, 2025
14.1 C
Bhubaneswar

୪ଦିନ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ :  ସଂସଦର ମୌସୁମୀ ଅଧିବେଶନ ସୋମବାର ଶେଷ ହୋଇଛି । ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଜୁଲାଇ ୧୯ରେ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅଗଷ୍ଟ ୧୨ରେ ଶେଷ ହେବାକୁ ଧାର୍ଯ୍ୟ ହୋଇଥିଲା। ମାତ୍ର ଧାର୍ଯ୍ୟ ସମୟର ୪ଦିନ ପୂର୍ବରୁ ସଂସଦର ମୌସୁମୀ ଅଧିବେଶନକୁ ଶେଷ କରାଯାଇଛି। ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତିକୁ ନେଇ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଆରମ୍ଭ ହୋଇଥିବା ଏହି ଅଧିବେଶନ କାଳରେ ୨୭ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯାଇଥିଲା। ମୌସୁମୀ ଅଧିବେଶରେ ଲୋକସଭାର ଗୃହକାର୍ଯ୍ୟ ୧୬ଦିନ ଅନୁଷ୍ଠିତ ହୋଇଥିଲା। ଏହି ସମୟ ମଧ୍ୟରେ ୭ଟି ବିଧେୟକ ଗୃହୀତ ହୋଇଥିଲା। ସେହିପରି ରାଜ୍ୟସଭାରେ ୫ଟି ବିଧେୟକ ଗୃହୀତ ହୋଇଥିଲା। ଲୋକସଭା​‌ ମୋଟ ୪୪ଘଣ୍ଟା ୨୯ ମିନିଟ୍ ଚାଲିଥିବାବଳେ ବିଶୃଙ୍ଖଳା ଯୋଗୁଁ ୪୭ଘଣ୍ଟା ନଷ୍ଟ ହୋଇଥିଲା। ସେହିପରି ରାଜ୍ୟସଭାରେ ୧୬ ଦିନ ମଧ୍ୟରେ ୩୮ଘଣ୍ଟା ଚାଲିଥିଲା।
ରାଜ୍ୟସଭା ଅଧକ୍ଷ ତଥା ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଥିବାବେଳେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉଦ୍ଦେଶ୍ୟରେ ଆଜି ବିଦାୟୀ ଅଭିଭାଷଣ ଦେଇଥିଲେ। ବିିଦାୟୀ ଅଭିଭାଷଣରେ ନାଇଡୁଙ୍କ କାର୍ଯ୍ୟଧାରାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ମୋଦୀ କହିଥିଲେ ଯେ ରାଜ୍ୟସଭା ଅଧ୍ୟକ୍ଷ ଭାବେ ନାଇଡୁଙ୍କର ଗତ ୫ବର୍ଷର କାର୍ଯ୍ୟକାଳ ମଧ୍ୟରେ ଗୃହର କାର୍ଯ୍ୟ ସଫଳତା ୭୦% ବୃଦ୍ଧି ପାଇଛି। ଗୃହ କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ନାଇଡୁ ଯେଉଁ ମାନଦଣ୍ଡ ଧାର୍ଯ୍ୟ କରିଯାଇଛନ୍ତି ତାହା ଆଗାମୀ ପିଢି ନିମନ୍ତେ ବେଶ ଉପଯୋଗୀ ହେବ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଦର୍ଶଗତ ମତପାର୍ଥକ୍ୟ ସତ୍ତ୍ବେ ଶ୍ରୀ ନାଇଡୁଙ୍କୁ ଧନ୍ୟବାଦ ଜଣାଇଥିଲେ। ଖଡଗେ କହିଥିଲେ ଯେ ଅନେକ ଚାପ ମଧ୍ୟରେ ଶ୍ରୀ ନାଇଡୁ ନିଜର ଦାୟିତ୍ବ ସୁଚାରରୂପେ ତୁଲାଇବାରେ ସମର୍ଥନ ହୋଇଥିଲେ। ତୃଣମୂଳ କଂଗ୍ରେସ ସଦସ୍ୟ ଡେରେକ ଓବ୍ରାଏନ ତାଙ୍କ ଭାଷଣରେ ନାଇଡୁଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣରେ ଭାବବିହ୍ବଳ ହୋଇପଡିଥିଲେ। ଓବ୍ରାଏନ କହିଥିଲେ ନାଇଡୁଙ୍କୁ ମାତ୍ର ୧ ବର୍ଷ ହୋଇଥିବାବେଳେ ତାଙ୍କ ମା’ଙ୍କର ପରଲୋକ ହୋଇଥିଲା। ଗୃହର ଅନ୍ୟ ସଦସ୍ୟମାନେ ମଧ୍ୟ ଶ୍ରୀ ନାଇଡୁଙ୍କୁ ବିଦାୟୀ ସମର୍ଦ୍ଧନା ଦେଇଥିଲେ। ସେହିପରି ନାଇଡୁ ତାଙ୍କର ବିଦାୟକାଳୀନ ଭାଷଣରେ କହିଥିଲେ ଯେ ସଂସଦର ଉଚ୍ଚ ସଦନ ଭାବେ ରାଜ୍ୟସଭାର ବହୁତ ବଡ ଦାୟିତ୍ବ ରହିଛି। ସେ କହିଥିଲେ ଯେ ସାରା ବିଶ୍ବ ଭାରତକୁ ଏବେ ଅନୁଧ୍ୟାନ କରୁଛି। ଭାରତ ଏବେ ଆଗକୁ ବଢୁଛି। ତେଣୁ ରାଜ୍ୟସଭାର ପ୍ରତିଟି ସଦସ୍ୟ ଗୃହର ମର୍ଯ୍ୟାଦା ଓ ଶୃଙ୍ଖଳାକୁ ସମ୍ମାନ ଦେବା ଦରକାର।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories