www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶାରେ ଉନ୍ନତମାନର କାଙ୍କଡ ଚାଷ କ୍ଷେତ୍ର ପରିଦର୍ଶନ କଲେ ମହାରାଷ୍ଟ୍ରର ଚାଷୀ

ସୁଆଣ୍ଡୋ :  ମହାରାଷ୍ଟ୍ରରୁ କେତେଜଣ ଚାଷୀ ଓଡିଶାରେ ଉନ୍ନତ ମାନର କାଙ୍କଡ ଚାଷ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ଆଇଗଣିଆ ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ ପରିକ୍ଷଣ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ପି. ଶ୍ରୀନିବାସନଙ୍କ ନେତୃତ୍ବରେ ଏହି ଚାଷୀମାନେ ଓଡିଶା ଆସିଥିଲେ। ମହାରାଷ୍ଟ୍ରର ନାସିକ, ବୁଲଦାନା, ପୁନେ ସାଙ୍ଗଲି ଜିଲାରୁ ଶ୍ୟାମ ଗଟାନି, ରମେଶ ନିକାସ ଓ ଅଶୋକ ଇଙ୍ଗଲି ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ। ପୁରୀଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଗୁଆଳି ଗୋରଡା ଗ୍ରାମର ଅଗ୍ରଣୀ ଚାଷୀ ଚନ୍ଦନ ଖୁଣ୍ଟିଆଙ୍କ ‘ଆମ ଚାଷ ବାସ ‘ ଆମ ବଗିଚା କ୍ଷେତ୍ରରେ ଚାରା ପ୍ରସ୍ତୁତି , ବିହନ ଲଗାଇବା ପଦ୍ଧତି ଓ ରୋଗପୋକ ପରିଚାଳନା ସଂପର୍କରେ ପ୍ରଶିକ୍ଷଣ ନେଇଥିଲେ। ସେହିପରି ପିପିଲି ମାଟିଆ ପଟାର ଦୀନକୃଷ୍ଣ କର, ସତ୍ୟବାଦୀ ବ୍ଲକର ପାରକେଣା ଗ୍ରାମର ରମେଶଚନ୍ଦ୍ର ସ୍ୱାଇଁ ଓ ଭାକର ସାହିର ସୁଦର୍ଶନ ରାଉତଙ୍କ ଉନ୍ନତ ମାନର କାଙ୍କଡ ବଗିଚାକୁ ମଧ୍ୟ ପରିଦର୍ଶନ କରିଥିଲେ। ଶ୍ରୀ ଚନ୍ଦନ ଖୁଣ୍ଟିଆଙ୍କ ନିକଟରୁ କିଛି ନମୂନା ଭାବେ ଅର୍କ ନିଳାଚଳ, ଗୌରବ ଓ ଶାନ୍ତି କସୁମ କାଙ୍କଡ ଚାରା ନେଇଥିଲେ। ସେମାନଙ୍କର ଓଡିଶା ଆସି ପ୍ରଶିକ୍ଷଣ ନେବା ସଫଳ ହୋଇଛି ଓ ଆମେ ବହୁତ କଥା ଶିଖି ପାରିଛୁ ବୋଲି ମହାରାଷ୍ଟ୍ରରୁ ଆସିଥିବା ଚାଷୀ ଅଶୋକ ଇଙ୍ଗଲି କହିଥିଲେ। ଆଗାମୀ ଦିନରେ ଓଡ଼ିଶାର ଉନ୍ନତ ମାନର କାଙ୍କଡ ଚାରା ଖରିଦ କରିନେବା ପାଇଁ ସେମାନେ ଅଗ୍ରିମ ଦେଇ ଯାଇଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories