www.samajalive.in
Sunday, December 14, 2025
26.1 C
Bhubaneswar

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ଗଛ, ରାସ୍ତା ସଫେଇ କଲେ ଅଗ୍ନିଶମ ବାହିନୀ

କଲମପୁର: ଗତ ଶନିବାର ଠାରୁ ଲାଗି ରହିଥିବା ଲଗାଣ ବର୍ଷାର ପ୍ରଭାବରେ ବଡକୁଟ୍ରୁ ମୁଖ୍ୟ ରାସ୍ତା ସମେତ ମାଟିଖାଲ ଜାମପଡା ରାସ୍ତାରେ ୨ଗୋଟି ବିଶାଳକାୟ ଗଛ ଉପୁଡି ପଡିଥିଲା। ଗଛ ଦୁଇଟି ଉପୁଡ଼ି ପଡ଼ିବାରୁ ରାସ୍ତା ଅବରୋଧ ହୋଇଯାଇଥିଲା । ଫଳରେ ଦୀର୍ଘ ସମୟ ଧରି ଏହି ରାସ୍ତା ଦେଇ ଯାନବାହନ ଯାତାୟତ ଠପ୍ ହେଇଯାଇଥିଲା। ଏନେଇ କଲମପୁର ଅଗ୍ନିଶମ ବାହିନୀକୁ ସୂଚନା ଦେବା ପରେ ଓଆଇସି ଶଙ୍କର ପ୍ରସାଦ ତ୍ରୀପାଠୀଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ ପ୍ରଥମେ ବଡକୁଟ୍ରୁ ଠାରେ ପହଞ୍ଚି ଗଛକୁ କାଟି ରାସ୍ତା ସଫା କରିଥିଲେ। ଏହାପରେ ମାଟିଖାଲ ଜାମପଡା ରାସ୍ତାରେ ପଡ଼ିଥିବା ଅନ୍ୟ ଏକ ଗଛକୁ କାଟି ସଫା କରିଥିଲେ ଅଗ୍ନିଶମ ବାହିନୀ। ଓଆଇସି ଶ୍ରୀ ତ୍ରୀପାଠୀଙ୍କ ନେତୃତ୍ୱରେ ଶ୍ରୀକାନ୍ତ ସେଠ, ବନ ବିହାରୀ ପ୍ରଧାନ, ଅଶିଷ ନନ୍ଦ, ସରୋଜ ପ୍ରଧାନ, ସୌରଭ କୁମାର ବେହେରା, ନିର୍ମଳ ତରିଆ ପ୍ରମୁଖ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫେଇ କରିଥିଲେ। ଅଗ୍ନିଶମ ବାହିନୀର ତ୍ବରିତ ପଦକ୍ଷେପ ଦ୍ବାରା ଯାନବାହାନ ଶୀଘ୍ର ଚଳାଚଳ କରିବା ଏବଂ ରାସ୍ତା ସଫେଇ ହେବା ପ୍ରସଙ୍ଗକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories