www.samajalive.in
Saturday, December 13, 2025
26.1 C
Bhubaneswar

ପିଆଜ ଖାଇବା ପରେ ପାଟି ଦୁର୍ଗନ୍ଧ ଦୂର କରେ ଏହି ଘରୋଇ ଉପାୟ

ସାଲାଡରେ କଞ୍ଚା ପିଆଜ ଖାଇବାକୁ ଅନେକ ପସନ୍ଦ କରନ୍ତି। ମାତ୍ର ଉତ୍ସବ କିମ୍ବା ଅନେକ ସମୟରେ ପାଟି ଦୁର୍ଗନ୍ଧ କାରଣରୁ ଲୋକେ ଏହାକୁ ଖାଇବାକୁ ଇଚ୍ଛା କରନ୍ତି ନାହିଁ। କଞ୍ଚା ପିଆଜ ଖାଇବାର କିଛି ଘଣ୍ଟା ଯାଏଁ ପାଟି ଦୁର୍ଗନ୍ଧ ରହିଥାଏ। ପିଆଜରେ ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଆପଣଙ୍କର ଏହି ସମସ୍ୟା ଥିଲେ ଓ ପିଆଜ ଖାଇବାକୁ ପସନ୍ଦ କରୁଥିଲେ, ଏହି ଉପାୟ ଆପଣାନ୍ତୁ..
ପିଆଜ ଖାଇବା ପରେ ପୁଦିନା ପତ୍ର ନିଶ୍ଚୟ ଖାଆନ୍ତୁ। ପୁଦିନା ପତ୍ର ଅଳ୍ପ ପରିମାଣରେ ଖାଇବା ଦ୍ୱାରା କିମ୍ବା ପୁଦିନା ଜୁସ୍‍ ପିଇବା ଦ୍ୱାରା ପାଟିରୁ ପିଆଜର ଦୁର୍ଗନ୍ଧ ପଳାଇଥାଏ।
ଗ୍ରୀନଟି ଏକ ହର୍ବଲ ଚା’। ଖାଦ୍ୟ ଖାଇବାର କିଛି ସମୟ ପରେ ଗ୍ରୀନଟି ପିଇବା ଦ୍ୱାରା ଖାଦ୍ୟ ହଜମରେ ସହାୟକ ହେବା ସହ ପାଟିରୁ ପିଆଜର ଦୁର୍ଗନ୍ଧ ଦୂର ହୋଇଥାଏ।
ଲେମ୍ବୁରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା କଞ୍ଚା ପିଆଜର ଦୁର୍ଗନ୍ଧକୁ ଦୂର କରିଥାଏ। ସାମାନ୍ୟ ଉଷୁମ ପାଣିରେ ଅଳ୍ପ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
କଞ୍ଚା ପିଆଜର ଦୁର୍ଗନ୍ଧ ଦୂର କରିବା ପାଇଁ ଏକ ଚାମଚ ସେଓ ରସ ପାଣିରେ ମିଶାଇ ପିଇପାରିବେ।
ପିଆଜ ଖାଇବା ପରେ ତୁରନ୍ତ କାମରେ କିମ୍ବା ବାହାରକୁ ଯିବାର ଥିଲେ ଏକ ଚୁଇଙ୍ଗମ ମଧ୍ୟ ଖାଇପାରିବେ।
ଏହାସହ କଞ୍ଚା ପିଆଜର ଦୁର୍ଗନ୍ଧ ଦୂର ପାଇଁ ମିଶ୍ରି ଓ ପାନମଧୁରୀକୁ ମିଶାଇ ଏହାକୁ ଖାଆନ୍ତୁ।
ଏହାସହ ଗୁଜୁରାତି ମଧ୍ୟ ଖାଇ ପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories