www.samajalive.in
Sunday, December 14, 2025
26.1 C
Bhubaneswar

ସ୍ମାର୍ଟ ସ୍କୁଲକୁ ପୂରଣ ହୋଇନି ବର୍ଷେ; ହେଲେ ଖସିଲାଣି ମାର୍ବଲ ଟାଇଲ୍‌

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟିରେ ପ୍ରଥମ ପ୍ରର୍ଯ୍ୟାୟରେ ରୂପାନ୍ତରୀକରଣ କରାଯାଇ ଏହାର ଶ୍ରୀବୃଦ୍ଧି ପାଇଁ ଯୋଜନା ହୋଇଥିଲା । ହେଲେ ଉଦଘାଟନକୁ ଗୋଟିଏ ବର୍ଷ ପୂରଣ ହୋଇନାହିଁ କିନ୍ତୁ ଭାଙ୍ଗିବା ଆରମ୍ଭ ହୋଇଗଲାଣି । ସେପଟେ ବିଦ୍ୟାଳୟର ମୁଖ୍ୟ ଫାଟକରେ ମାର୍ବଲ ଟାଇଲ ଲଗାଯାଇ ଛାତ୍ରଛାତ୍ରୀ ଏବଂ ଲୋକ ମାନଙ୍କୁ ଆକୃଷ୍ଟ କରାଯାଇଥିଲା । ଏବେ ମୁଖ୍ୟ ଫାଟକର ମାର୍ବଲ ଟାଇଲ ଖସିବା ଆରମ୍ଭ ହୋଇଗଲାଣି । ତେବେ ଏହି ଫାଟକରେ ୪ଟି ମାର୍ବଲ ଟାଇଲ ଖସି ପଡିଥିବା ଦେଖିବାକୁ ମିଳିଛି । ସେପଟେ ସେହି ଫାଟକ ଦେଇ ପ୍ରତ୍ୟେକ ଦିନ ଶହ ଶହ ଛାତ୍ରଛାତ୍ରୀ ଚଳପ୍ରଚଳ କରୁଥିବା ବେଳେ ଯେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହେଉଛି । ତେବେ ମୁଖ୍ୟାଳୟ ବିଦ୍ୟାଳୟର ଯଦି ଏପରି ଅବସ୍ଥା ବ୍ଲକର ଅନ୍ୟ ବିଦ୍ୟାଳୟ ଗୁଡ଼ିକକର ଦୃଶ୍ୟ କିପରି ଥିବ ଏଥିରୁ ସ୍ପଷ୍ଟ ବାରି ହଉଛି । ତେବେ ଏହି ବିଦ୍ୟାଳୟର ମୁଖ୍ୟ ଫାଟକଟି ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ମାର୍ବଲ ଟାଇଲ ଗୁଡିକ ଖସି ପଡୁଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories