www.samajalive.in
Thursday, December 11, 2025
16.1 C
Bhubaneswar

ଲଗାଣ ବର୍ଷାରେ ଧୋଇଗଲା ମୁରୁଡ଼ି କୁପୁଡ଼ା ଆପ୍ରୋଚ ରୋଡର ପାର୍ଶ୍ଵ 

ଫୁଲବାଣୀ/ଦାରିଙ୍ଗବାଡ଼ି: ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଫଳରେ କେଉଠି ରାସ୍ତା ଧୋଇହୋଇଯାଇଛି ତ ଆଉ କେଉଁଠି ଭଙ୍ଗାପୋଲର ଆପ୍ରୋଚ ରାସ୍ତା ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହିଭଳି ଭାବେ ଦାରିଙ୍ଗବାଡ଼ି ଠାରୁ ରାଇକିଆ ରାସ୍ତା ଲେଙ୍ଗୁମାହା ନିକଟରେ ତିତିଲି ବାତ୍ୟା ଧୋଇ ହୋଇଯାଇଥିବା ମୁରୁଡ଼ି କୁପୁଡ଼ା ପୋଲର ଆପ୍ରୋଚ ରାସ୍ତାର ଅନେକ ଅଂଶ ଲଗାଣ ବର୍ଷାରେ ଧୋଇ ହୋଇଯାଇଛି । ଯାହା ଫଳରେ ସେହି ରାସ୍ତାରେ ବର୍ତ୍ତମାନ ବିପଦପୂର୍ଣ୍ଣ ଭାବରେ ଦାରିଙ୍ଗବାଡ଼ି ଠାରୁ ଫୁଲବାଣୀ, ରାଇକିଆ, ଭୁବନେଶ୍ୱର ଓ ବ୍ରହ୍ମପୁର ଆଦି ଅଞ୍ଚଳକୁ ବସ୍‌ ଚଳାଚଳ ହେଉଛି ।

ଆପ୍ରୋଚ ରାସ୍ତାର ଅନେକ ଅଂଶ ବର୍ଷାରେ ଧୋଇ ଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଏଯାବତ କୌଣସି ମରାମତି କାର୍ଯ୍ୟ କରାଯାଇନଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ  ତିତିଲି ବାତ୍ୟାରେ ମୁରୁଡ଼ି କୁପୁଡ଼ା ପୋଲଟି ସମ୍ପୂର୍ଣ୍ଣ ଭାବେ ଧୋଇ ହେବାର ୫ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ କାରା ନଯାଇ ଅସ୍ଥାୟୀ ଭାବରେ ଡାଇଭର୍ଶନ ରାସ୍ତାରେ ଯାନବାହନ ଚଳାଚଳ କରୁଥିଲା । ହେଲେ ବର୍ତ୍ତମାନ ଲଗାଣ ବର୍ଷାରେ ପୁଣି ପୋଲଟିର ଆପ୍ରୋଚ ରୋଡ ଧୋଇଯାଇଛି ।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories