www.samajalive.in
Sunday, December 14, 2025
26.1 C
Bhubaneswar

ଭିତ୍ତିଭୂମି ଓ ବ୍ୟାଙ୍କିଙ୍ଗ୍‌କୁ ପ୍ରାଧାନ୍ୟ

ନୂଆଦିଲ୍ଲୀ : ନିତି ଆୟୋଗର ୭ମ ଗଭର୍ଣ୍ଣିଂ କାଉନସେଲ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେଉଥିବା ରାଜ୍ୟ ଓଡ଼ିଶାକୁ ‘ଫୋକସ ଷ୍ଟେଟ’ ମାନ୍ୟତା ପ୍ରଦାନ କରିବାକୁ ପୁଣି ଦୋହରାଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରୁ ରାଜ୍ୟ ଏବଂ ଜନତାଙ୍କ ସୁରକ୍ଷା ଲାଗି ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଓଡ଼ିଶାକୁ ଫୋକସ ଷ୍ଟେଟ ମାନ୍ୟତା ସହ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେବାକୁ ଦାବି କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଯଥା ଟେଲିକମ, ରେଳ ଏବଂ ବ୍ୟାଙ୍କିଙ୍ଗ ଭଳି କେନ୍ଦ୍ରୀୟ ବିଷୟ ଗୁଡ଼ିକରେ ଓଡ଼ିଶାକୁ ଏକ ଅବହେଳିତ ରାଜ୍ୟ ଭାବେ ଦର୍ଶାଇ ଏହିସବୁ କ୍ଷେତ୍ରରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ରୂପାୟନ ନେଇ କିଛିଟା ସମସ୍ୟା ରହିଛି ଯଦ୍ୱାରା ଚାଷୀ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। କୃଷକଙ୍କ ସ୍ୱାର୍ଥ ରକ୍ଷା ଲାଗି ବୀମା ଯୋଜନା ବିଷୟରେ ନିତି ଆୟୋଗ ଅନୁଧ୍ୟାନ କରି ପରାମର୍ଶ ଦେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ଆଦିବାସୀ ଏବଂ କେବିକେ ଜିଲାର ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାସଗୃହ ପାଇବାରୁ ବଞ୍ଚିତ ହୋଇଥିବା ପ୍ରସଙ୍ଗକୁ ଉଠାଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ର ସରକାର ତୁରନ୍ତ ସମସ୍ୟାର ସମାଧାନ କରି ବାସଗୃହ ମଞ୍ଜୁର କରନ୍ତୁ। ରାଜ୍ୟ ସରକାର ଏହି ଯୋଜନାରେ ସମସ୍ତ ତଥ୍ୟ କେନ୍ଦ୍ରକୁ ଦେଇସାରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସମୟରେ ପାହାଚ କୂପର ସୁରକ୍ଷା ଏବଂ ସଂରକ୍ଷଣ ଯୋଗୁଁ ୟୁନେସ୍କୋ ଐତିହ୍ୟସ୍ଥଳୀ ତାଲିକାରେ ଗୁଜରାଟର ‘ରାନି କା ଭାବ’ ସ୍ଥାନ ପାଇବା ଘଟଣା ପ୍ରଶଂସନୀୟ। ବୈଷୟିକ ଏବଂ ଆଇନଗତ ଦିଗରୁ ବିଶ୍ୱରେ ଐତିହ୍ୟର ସଂରକ୍ଷଣ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟିଛି।
ବିଶ୍ୱ ମାନଦଣ୍ଡ ଅନୁଯାୟୀ ଭାରତୀୟ ବ୍ୟବସ୍ଥାର ରୂପାନ୍ତୀକରଣ ଲାଗି ପ୍ରତ୍ୱତାତ୍ତ୍ୱିକ ସଂସ୍ଥାର ପୁର୍ନବିନ୍ୟାସ ତଥା ଆମସାର ଆଇନର ସଂଶୋଧନ ଆବଶ୍ୟକ। ଯଦ୍ୱାରା କୋଣାର୍କ ଭଳି ଐତିହ୍ୟକୁ ସୁରକ୍ଷା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି।
ବିଶ୍ୱ ମହାମାରୀ କୋଭିଡ ମୁକାବିଲାରେ ସଂଘୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆର ଭୂମିକାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଥିଲେ। ଭାରତ ବିଶ୍ୱର ଆର୍ଥିକ ମହାଶକ୍ତି ବନିବାକୁ ଯାଉଥିବାରୁ ନୀତି ଆୟୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। କେନ୍ଦ୍ରୀୟ ଯୋଜନାଗୁଡ଼ିକର ରୂପାୟନ କ୍ଷେତ୍ରରେ ରହିଥିବା ସମସ୍ୟାକୁ ନିରାକରଣ ଲାଗି ନୀତି ଆୟୋଗ ଲୋକପାଳ (ଅମ୍ବୁଡ୍ସମ୍ୟାନ)ର ଭୂମିକା ନିର୍ବାହ କରିପାରିବ। ଯାହାକି ସଂଘୀୟ ବ୍ୟବସ୍ଥାରେ ଯୋଜନା ରୂପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories