www.samajalive.in
Saturday, December 13, 2025
18.1 C
Bhubaneswar

ଗାନ୍ଧୀ ଶିଳ୍ପ ବଜାର ଉଦ୍‌ଘାଟିତ, ପ୍ରଦର୍ଶିତ ହେଉଛି ୧୬ଟି ରାଜ୍ୟରୁ ୧୦୦ ଜଣ ଶିଳ୍ପୀ-ହସ୍ତଶିଳ୍ପ କାରିଗରଙ୍କ ଉତ୍ପାଦିତ ସାମଗ୍ରୀ

ଭୁବନେଶ୍ୱର: ଓଡିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀ ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ୧୦ ଦିନ ବ୍ୟାପୀ ଏକ ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀ (ଗାନ୍ଧୀ ଶିଳ୍ପ ବଜାର-୨୦୨୨) ତା.୦୫/୦୮/୨୦୨୨ରୁ ୧୪/୦୮/୨୦୨୨ ପର୍ଯ୍ୟନ୍ତ ଏକାମ୍ର ହାଟ ପରିସରରେ ଆୟୋଜିତ ହେଉଛି । ଏଥିରେ ସର୍ବଭାରତୀୟ ସ୍ତରର ୧୬ଟି ରାଜ୍ୟରୁ ୧୦୦ ଜଣ ଶିଳ୍ପୀ-ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି ।
ଏହି ମେଳାରେ ପଞ୍ଜାବ, ରାଜସ୍ଥାନ, ଛତିଶଗଡ, ଉତ୍ତରପ୍ରଦେଶ, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ସିକିମ, ହରିୟଣା, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ତେଲେଙ୍ଗାନା, ଉତ୍ତରାଖଣ୍ଡ ଏବଂ ଓଡିଶାରୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଓ ହସ୍ତତନ୍ତ ଯଥା ପଥର ଖୋଦେଇ, କାଠ ଖୋଦେଇ, ସବାଇ ଘାସ, ଗୋଲ୍‌ଡେନ ଗ୍ରାସ ଶିଳ୍ପ, କେ„ଇ, ଚାନ୍ଦୁଆ, ପଟ୍ଟଚିତ୍ର, ରୁପା ତାରକସୀ, ଆଦିବାସୀ ଜୁଏଲାରୀ, ଶିଙ୍ଘ, ବାଉଁଶ ବେତ, କତା ଶିଳ୍ପ, ଶୀତଳପଟ୍ଟି, ତାଳପତ୍ର ଖୋଦେଇ, ଲାଖ, ଶାମୁକା, ରାଜସ୍ଥାନୀ ଚିତ୍ରଶିଳ୍ପ, ମଧୁବଣୀ ଚିତ୍ର, କାର୍ପେଟ, ଲୌହ ଶିଳ୍ପ, ଫୁଲକାରୀ, ଚମଡା ସାମଗ୍ରୀ, ଢୋକ୍ରା, ଜରୀ କାମ, କଂସା ଓ ପିତ୍ତଳ, ସିକିମ କ୍ରାଫ୍ଟ, ମଦୁର କାଠି, ଟେରାକୋଟ୍ଟା ଭଳି ୩୦ରୁ ଊର୍ଦ୍ଧ୍ୱ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହେଉଛି ।
ଏଭଳି ଏକ ଆକର୍ଷଣୀୟ ମେଳାର ଆୟୋଜନ ଏବଂ ପରିଚାଳନା ତଥା ସର୍ବୋପରି କ୍ରୟକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୫୦ ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଅଛି ଏବଂ ୪୦ ହଜାର ଦର୍ଶକଙ୍କ ଆଗମନର ସମ୍ଭାବନା ରହିଛି।
ଆଜି ସନ୍ଧ୍ୟାରେ ଏହି ଗାନ୍ଧୀ ଶିଳ୍ପ ବଜାର-୨୦୨୨କୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ଉତ୍ସବରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ତଥା ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ବିକାଶ ଆୟୁକ୍ତ (ହସ୍ତଶିଳ୍ପ)ର ସହକାରୀ ନିର୍ଦ୍ଦେଶକ ଅଶୋକ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories